ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍

zisanmohammad
0

ରାୟଗଡା : ଆଜି ଅପରାହ୍ନରେ ରାୟଗଡା ଏଚଡିଏଫସି ବ୍ୟାଙ୍କ ସମ୍ମୁଖରୁ ଟି. ମହେଶ୍ବର ରାଓଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଶିକରପାଇର ଟି. ମହେଶ୍ବର ଆଜି ଅପରାହ୍ନ ସାଢ଼େ ୧ଟାରେ ଆନ୍ଧ୍ର ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ନିଜ ଝିଅ ଘରକୁ ଯାଇଥିଲେ। କିଛି ସମୟ ପରେ ଟଙ୍କାକୁ ଗୋଟିଏ ବ୍ୟାଗରେ ଭର୍ତି କରି ମହେଶ୍ବର ବାଇକ୍ ଯୋଗେ ଏଚଡିଏଫସି ବ୍ୟାଙ୍କ ନିକଟକୁ ଆସିଥିଲେ। ବାଇକରେ ବ୍ୟାଗ୍ ରଖି ମହେଶ୍ବର ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ପୂର୍ବରୁ ନଜର ରଖିଥିବା ଲୁଟେରା ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ। ଏ ସଂପର୍କରେ ମହେଶ୍ବର ଟାଉନ୍ ଥାନାକୁ ଖବର ଦେବା ପରେ ପୁଲିସ୍ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।



from ଅପରାଧ – Sambad http://bit.ly/2JVyAdq

Post a Comment

0Comments
Post a Comment (0)