
ମାଲକାନଗିରି : ମାଲକାନଗିରି ଜିଲ୍ଲାର ୨ଟି ସ୍ଥାନରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ମୋଟ ୨୧କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ ପୁଲିସ ମୋଟ ୪ଜଣଙ୍କୁ ଗିରଫ କରିଛି। ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଏହି ଗଞ୍ଜେଇର ମୂଲ୍ୟ ପାଖାପାଖି ୩କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।
ପୁଲିସର ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଚିତ୍ରକୋଣ୍ଡା ପୁଲିସ ଏକ ୧୦ଚକିଆ ଟ୍ରକକୁ ଯାଞ୍ଚ କରିବାରୁ ସେଥିରୁ ୧୮୬୦କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିଲା। ସେହିପରି ବାଲିମେଳା ପୁଲିସ ଗୋଟିଏ ବଲେରୋରୁ ୩ ଶହ କିଲୋ ୬୦୦ ଗ୍ରାମ ଗଂଜେଇ ଜବତ କରିଥିଲା। ଗାଡ଼ିରେ ଥିବା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବନ୍ଧମାମୁଡି ଗ୍ରାମର ସହଦେବ ବୈରାଗୀ (୨୭) ଏବଂ ନାକାମାମୁଡି ଗ୍ରାମର ଶୁକ୍ରା ହନ୍ତାଳ (୪୦) ଗିରଫ କରିଥିଲା।
from ଅପରାଧ – Sambad http://bit.ly/2JwWQ6f