ଯୁବତୀଙ୍କୁ ଏସିଡ୍‌ ଫିଙ୍ଗିବାକୁ ଧମକ

zisanmohammad
0

ଭୁବନେଶ୍ବର : ପ୍ରେମ ନିବେଦନରେ ବିଫଳ ହେବାରୁ ଯୁବତୀଙ୍କୁ ଏସିଡ୍‌ ଆକ୍ରମଣ କରିବା ଧମକ ଦେବା ନେଇ ମଞ୍ଚେଶ୍ୱର ଥାନାରେ ଏତଲା ହୋଇଛି। ପୁଲିସ ମାମଲା ରୁଜୁ କରି ନଥିଲେ ହେଁ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ମଲ୍‌ରେ ଦୁହିଁଙ୍କ ଦେଖା ସାକ୍ଷାତରୁ ବନ୍ଧୁତା ଗଢ଼ି ଉଠିଥିଲା। ତେବେ ଯୁବକଜଣଙ୍କ ତାଙ୍କୁ ପ୍ରେମ ନିବେଦନ କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯୁବତୀଜଣଙ୍କ କୌଣସିମତେ ରାଜି ନ ହେବାରୁ ସଂପୃକ୍ତ ଯୁବକଜଣକ ତାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ। ଏପରିକି ଅଫିସ୍‌ ଯିବା ବାଟରେ ମଧ୍ୟ ଯୁବକଜଣଙ୍କ ତାଙ୍କୁ ଅଟକାଇ ଧମକ ଚମକ ଦେଇଥିଲେ। ‘ମୋର ନୁହେଁ, ତ କାହାର ନୁହେଁ’ ନ୍ୟାୟରେ ମୁହଁକୁ ଏସିଡ୍‌ରେ ପୋଡ଼ି ଦେବେ ବୋଲି ଧମକ ଦେଇଥିଲେ। ତେଣୁ ଭୟରେ ଯୁବତୀଜଣଙ୍କ ଅଫିସର ସମୟ ପରିବର୍ତ୍ତନ କରିଦେଇଥିଲେ। ଆଜି ଦୁଇଜଣ ବନ୍ଧୁଙ୍କ ସହ ସହଯୋଗରେ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।



from ଅପରାଧ – Sambad http://bit.ly/2K1p3BD

Post a Comment

0Comments
Post a Comment (0)