ଚାରି ମନ୍ତ୍ରୀଙ୍କ ଭାଗ୍ୟପରୀକ୍ଷା ଶେଷ, ଅପେକ୍ଷା ମେ ୨୩କୁ…

zisanmohammad
0

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ରାଜ୍ୟର ଚାରି ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ରାଜ୍ୟର ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଓ ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନାଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି। ଫଳ ଜାଣିବା ଲାଗି ସେମାନଙ୍କୁ ମେ ୨୩ ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ।

ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କୁ ଏଥର ଦଳ ଜୟଦେବରୁ ନେଇ କେନ୍ଦ୍ରାପଡ଼ା (ସଂରକ୍ଷିତ) ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ସେଠାରୁ ସେ ଲଢ଼ିଛନ୍ତି ନିର୍ବାଚନ । ଠିକ୍‌ ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଥର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ଅଛନ୍ତି। ତାଙ୍କ ବିପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ଏ ଦୃଷ୍ଟିରୁ ଏଠାରେ ଜବରଦସ୍ତ ଟକ୍‌କର ହୋଇଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ମଧ୍ୟ ଭୋଗରାଇରୁ ଏଥର ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ଆଇନ୍‌,ସ୍ୱାସ୍ଥ୍ୟ,ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ମାହାଙ୍ଗା ବିଧାନସଭା ଆସନରେ ନିର୍ବାଚନ ଲଢ଼ିଛନ୍ତି। ଆଜି ଏହି ସବୁ ଆସନରେ ମତଦାନ ଶେଷ ହୋଇଛି ଓ ମନ୍ତ୍ରୀମାନଙ୍କର ଭାଗ୍ୟ ଇଭିଏମରେ ସିଲ୍‌ ହୋଇଛି।

ଏଥିସହ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ (ବିଂଝାରପୁର), ଅମର ଶତପଥୀ (ବଡଚଣା) ,ପ୍ରଣବ ପ୍ରକାଶ ଦାସ (ଯାଜପୁର), ଅତନୁ ସବ୍ୟସାଚୀ ନାୟକ (ମହାକାଳପଡ଼ା) ଓ ସୁଦାମ ମାରାଣ୍ଡି (ବାଙ୍ଗିରିପୋଷ)ଙ୍କର ଭାଗ୍ୟପରୀକ୍ଷା ଶେଷ ହୋଇ ଭୋଟ ଇଭିଏମରେ କଏଦ ହୋଇଛି।



from ରାଜନୀତି – Sambad http://bit.ly/2GRpZ9G

Post a Comment

0Comments
Post a Comment (0)