ଆଇପିଏଲ୍‌: ଟସ୍‌ ଜିଣି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ଚେନ୍ନାଇ କରୁଛି ବ୍ୟାଟିଂ

zisanmohammad
0

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୫୦ତମ ମ୍ୟାଚ୍‌ ବୁଧବାର ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ଦିଲ୍ଲୀ କ୍ୟାପିଟାଲସ୍‌ ମଧ୍ୟରେ ଖେଳାଯାଉଛି। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ବ୍ୟାଟିଂ କରୁଛି।

ଚଳିତ ଆଇପିଏଲ୍‌ରେ ଦିଲ୍ଲୀ ଓ ଚେନ୍ନାଇ ଏଯାଏଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଉଭୟ ଟିମ୍‌ ୧୨-୧୨ ମ୍ୟାଚ ଖେଳି ୮ଟିରେ ବିଜୟ ହାସଲ କରିବା ସହିତ ୧୬ -୧୬ ପଏଣ୍ଟ ପାଇଛି। ଚେନ୍ନାଇ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି।

ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଚଳିତ ଆଇପିଏଲ୍‌ରେ ଗୋଟିଏ ମୁକାବିଲା ହୋଇଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ମାର୍ଚ୍ଚ ୨୬ରେ ହୋଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୧୪୭ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୧୯.୪ ଓଭରରେ ୪ଟି ଓ୍ଵିକେଟ ହରାଇ ୧୫୦ ରନ୍‌ କରି ବିଜୟୀ ହୋଇଥିଲା।



from ଖେଳ – Sambad http://bit.ly/2GM8aYi

Post a Comment

0Comments
Post a Comment (0)