ଆଫ୍ରିକାରେ ବି କଙ୍ଗାରୁ କମାଲ

zisanmohammad
0

ପ୍ରଥମ ଥର ପାଇଁ ଆଇସିସି ବିଶ୍ବକପ୍‌ ଆଫ୍ରିକାରେ ଆୟୋଜିତ ହୋଇଥିଲା ୨୦୦୩ ମସିହାରେ। ଦକ୍ଷିଣ ଆଫ୍ରିକା ସହିତ ଜିମ୍ବାୱେ ଏବ˚ କେନିଆ ମିଳିତ ଭାବେ ଆୟୋଜନ କରିଥିଲେ ଏହାକୁ। ପ୍ରଥମ ଥର ପାଇଁ ବିଶ୍ବକପରେ ୧୪ ଦଳ ଭାଗ ନେଇଥିଲେ। ଯାହା ସେ ସମୟରେ ସର୍ବାଧିକ ଥିଲା। ସେହି ବିଶ୍ବକପରେ ମୋଟ ୫୪ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରତିଯୋଗିତା ଫେବ୍ରୁଆରି ୯ରୁ ମାର୍ଚ ୨୩ ତାରିଖ ମଧୢରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ଭାରତକୁ ଶୋଚନୀୟଭାବେ ହରାଇ ଅଷ୍ଟ୍ରେଲିଆ ପୁଣି ଥରେ ବିଜେତା ହୋଇଥିଲା। ତୃତୀୟ ଥର ବିଶ୍ବକପ୍ ଜିତି ବିଶ୍ବ କ୍ରିକେଟ୍‌ର ସଫଳତମ ଦେଶ ଆଖ୍ୟା ଅର୍ଜନ କରିଥିଲା। ନାମ୍ବିଆ ପ୍ରଥମ ଥର ପାଇଁ ବିଶ୍ବକପ୍ ଖେଳିଥିଲା।
ବିଶ୍ବକପ୍‌ର ଏହି ଅଷ୍ଟମ ସ˚ସ୍କରଣ କିନ୍ତୁ ବିବାଦ ଓ ବିପର୍ଯ୍ୟୟର ଅନେକ ଉଦାହରଣ ଛାଡ଼ିଥିଲା। ପ୍ରତିଯୋଗିତା ଆରମ୍ଭରୁ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର ସେନ୍‌ ଵର୍ନ ଶକ୍ତିବର୍ଦ୍ଧକ ନିଶା ସେବନରେ ଧରାପଡ଼ି ବାଦ୍‌ ପଡ଼ିଥିଲେ। ଜିମ୍ବାୱେରେ ରାଜନୈତିକ ଅସ୍ଥିରତା କାରଣରୁ ଇ˚ଲଣ୍ଡ ସେଠାରେ ଖେଳିବାକୁ ମନା କରି ଦେବାରୁ ଅନ୍ୟତମ ଆୟୋଜକ ଦେଶ ଜିମ୍ବାୱେ ଏହାର ଭରପୁର ଫାଇଦା ଉଠାଇ ସୁପର‌୍‌ ସିକ୍ସ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ନ୍ୟୁଜିଲାଣ୍ଡ ମଧ୍ୟ କେନିଆରେ ଖେଳିବାକୁ ରାଜି ହୋଇ ନ ଥିଲା। ଭାରତୀୟ ଖେଳାଳିଙ୍କ ବ୍ୟକ୍ତିଗତ ପ୍ରାୟୋଜକ ଏବଂ ପ୍ରତିଯୋଗିତା ପ୍ରାୟୋଜକ ପରସ୍ପରର ମୁହାଁମୁହିଁ ହୋଇଥିଲେ। ଜିମ୍ବାୱେରେ ଗଣତନ୍ତ୍ରର ହତ୍ୟା ପ୍ରତିବାଦରେ ଆଣ୍ଡି ଫ୍ଲାଵାର ଏବ˚ ହେନରି ଓଲୋଙ୍ଗା କଳା ବ୍ୟାଚ୍‌ ପରିଧାନ କରି ଖେଳିବା ମଧୢ ଦେଖିବାକୁ ମିଳିଥିଲା। ଏତେ ସବୁ ବିବାଦ ସହିତ ବିପର୍ଯ୍ୟୟ ବି ବଡ଼ ଦଳକୁ ପିଛା କରିଥିଲା। ଦକ୍ଷିଣ ଆଫ୍ରିକା, ୱେଷ୍ଟ୍ଇଣ୍ଡିଜ୍‌, ପାକିସ୍ତାନ ଏବ˚ ଇ˚ଲଣ୍ଡ ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରି ପାରି ନ ଥିଲେ। କେନିଆ ଏହି ବିଶ୍ବକପ୍‌ରେ ପ୍ରଥମ ଥର ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ୪୮ ରନ୍‌ରେ (ଡିଏଲ୍‌) ଶ୍ରୀଲଙ୍କାକୁ ଏବ˚ ଭାରତ ୯୧ ରନ୍‌ରେ କେନିଆକୁ ହରାଇଥିଲା। ଵଣ୍ଡ‌୍ରର୍ସରେ ଖେଳାଯାଇଥିବା ଫାଇନାଲରେ ସୌରଭ ଗାଙ୍ଗୁଲିଙ୍କ ଭାରତୀୟ ଦଳକୁ ୧୨୫ ରନ୍‌ରେ ହରାଇ ଅଷ୍ଟ୍ରେଲିଆ ଲଗାତାର ଟ୍ରଫି କବ୍‌ଜା କରି ନେଇଥିଲା। ସଚିନ ତେନ୍ଦୁଲକର (୬୭୩ ରନ୍‌) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ଚାମିଣ୍ଡା ଭାସ୍‌ ସର୍ବାଧିକ ୨୩ ଵିକେଟ୍‌ ନେଇଥିଲେ।



from ଖେଳ – Sambad http://bit.ly/2JzdEcR

Post a Comment

0Comments
Post a Comment (0)