ବିଶ୍ବକପ୍‌ କଥନ

zisanmohammad
0

ଜୋଫ୍ରା ଆର୍ଚର ଇଂଲଣ୍ଡ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ। ଗତ ଦୁଇ ବର୍ଷ ହେବ ସେ ଆଇପିଏଲ୍‌ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି। ସେଥିପାଇଁ ତାଙ୍କୁ ଇଂଲଣ୍ଡ ତରବରିଆ ଭାବେ ନିଜ ବିଶ୍ବକପ୍ ଦଳରେ ସାମିଲ କରିଛି। ସେ ଜଣେ ବହୁତ ଭଲ ଖେଳାଳି। ମୁଁ ତାଙ୍କୁ ବିଶ୍ବକପ୍ ବେଳେ ବ୍ୟକ୍ତିଗତ ଭାବେ ଅନୁସରଣ କରିବି।
-ବିରାଟ କୋହଲି, ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ
।ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଆମେ ମହମ୍ମଦ ଆମିର ଓ ୱାହାବ ରିଆଜଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲୁ। ସେ ଦୁଇ ଜଣ ମଧ୍ୟ ଆମ ଦଳର ବରିଷ୍ଠ ଖେଳାଳି। ଆମିର ଓ ୱାହାବ ଫେରିବା ପରେ ଆମ ବୋଲିଂ ବାହିନୀ ଅଧିକ ଶକ୍ତିଶାଳୀ ହୋଇଛି। ବିଶ୍ବକପ୍ ପାଇଁ ଆମେ ପୂରା ପ୍ରସ୍ତୁତ।
-ସର୍ଫରାଜ ଅହମ୍ମଦ, ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ
।ଭାରତର ଇଂଲଣ୍ଡ ବିଶ୍ବକପ ଅଭିଯାନରେ ଅଲରାଉଣ୍ଡର କେଦାର ଯାଦବ ପ୍ରମୁଖ ଭୁମିକା ତୁଲାଇବେ। କୋହଲି ଅତୀତରେ ତାଙ୍କୁ ଭଲ ଭାବରେ ଉପଯୋଗ କରିଛନ୍ତି। କେଦାର ଜଣେ କାମଚଳା ସ୍ପିନର ହୋଇ ପାରନ୍ତି, ହେଲେ ଏହି ଭୂମିକାରେ ସେ ବହୁତ ସଫଳତା ମଧ୍ୟ ପାଇଛନ୍ତି।
-ଚନ୍ଦ୍ରକାନ୍ତ ପଣ୍ଡିତ, ପୂର୍ବତନ ଭାରତୀୟ କ୍ରିକେଟର
।ଆଗ ଅପେକ୍ଷା ମୋ ରନ୍ ଭୋକ ଯଥେଷ୍ଟ ବଢ଼ି ଯାଇଛି। ଇଂଲଣ୍ଡରେ ମୁଁ ଭଲ ପ୍ରଦର୍ଶନ କରି ଆସିଛି। ଏଠାରେ ଖେଳିବାକୁ ମୁଁ ମନଭରି ଉପଯୋଗ କରେ। ଇଂଲଣ୍ଡ ବିପକ୍ଷରେ ଆମେ ନିକଟରେ ଖେଳିଛୁ। ସଫଳତା ମଧ୍ୟ ପାଇଛୁ। ଏଣୁ ବିଶ୍ବକପରେ ସେହି ସଫଳତା ଦୋହରାଇ ପାରିବୁ ବୋଲି ମୋର ଆଶା ଓ ବିଶ୍ବାସ।
-ହାସିମ ଆମଲା, ଦକ୍ଷିଣ ଆଫ୍ରିକା କ୍ରିକେଟର



from ଖେଳ – Sambad http://bit.ly/2JZhBqt

Post a Comment

0Comments
Post a Comment (0)