ଜିଏସ୍‌ଟି ଠକେଇ : ବ୍ୟବସାୟୀ ଜେଲ୍‌ ଗଲେ

zisanmohammad
0

ରାଉରକେଲା : ଜିଏସ୍‌ଟି ଠକେଇ କରି ଆଜି ରାଉରକେଲାର ଆଉ ଜଣେ ବ୍ୟବସାୟୀ ଜେଲ୍‌ ଯାଇଛନ୍ତି। ଜିଏସ୍‌ଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିସନ କାର୍ଯ୍ୟାଳୟ ପକ୍ଷରୁ ଚଢଉ କରାଯାଇ ତାଙ୍କୁ ଗିରଫ କରାଯିବା ସହ ୧୮.୮୪ କୋଟି ଟଙ୍କାର ଠକେଇର ପର୍ଦ୍ଦାଫାସ ହୋଇଛି।

ସିଭିଲ ଟାଉନ୍‌ସିପ, କେକେ/୨୯, ନିବାସୀ କମଳ ପସାରୀ ଲୁହା ବ୍ୟବସାୟ କରନ୍ତି। ଗତ ୧୯୯୫ ମସିହାରେ ସେ ଆର୍‌.ପି. ଷ୍ଟିଲ୍‌ ନାମରେ ଏକ କମ୍ପାନି ରେଜିଷ୍ଟ୍ରେସନ କରି କାରବାର ଆରମ୍ଭ କରିଥିଲା। ଜିଏସ୍‌ଟି ଲାଗୁ ହେବା ପରଠାରୁ ୨୦୧୭ ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ସେ କୌଣସି ଜିନିଷ କ୍ରୟ, ବିକ୍ରୟ ନ କରି କାଗଜପତ୍ରରେ ୧୮.୮୪ କୋଟି ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିସନ କାର୍ଯ୍ୟାଳୟର ଯୁଗ୍ମ ଆୟୂକ୍ତ ନବଜ୍ୟୋତି ଚକ୍ରବର୍ତ୍ତି, ସହକାରୀ କମିସନର ଶଙ୍କର ସିଂ ଓ ଏସ୍‌. କେ.ରଣା ପ୍ରମୁଖ ଉପସ୍ଥିତ ଥିଲେ।



from ଅପରାଧ – Sambad http://bit.ly/2Jx4nlq

Post a Comment

0Comments
Post a Comment (0)