ତୁଷାର ମାନବର ପାଦଚିହ୍ନ!

zisanmohammad
0

ନୂଆଦିଲ୍ଲୀ: ନେପାଳ ଲୋକକଥାରେ ବର୍ଣ୍ଣିତ ତୁଷାର ମାନବ ‘ୟେତି’ ପାଦଚିହ୍ନକୁ ଭାରତୀୟ ସେନା ଠାବ କରିଥିବା ଦାବି କରିଛି। ଏହାର ସତ୍ୟତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଥିଲେ ମଧ୍ୟ ସେନା ଦ୍ୱାରା ଟ୍ୱିଟ୍‌ କରାଯାଇଥିବା ପାଦଚିହ୍ନର ଫଟୋଗୁଡିକ ଏହି ପୌରାଣିକ ଜନ୍ତୁ ବା ତୁଷାର ମାନବର ଅସ୍ଥିତ୍ବକୁ ନେଇ ପୁଣି ଚର୍ଚା ଆରମ୍ଭ ହୋଇଯାଇଛି। ଭାରତୀୟ ସେନାର ଗୋଟିଏ ଦଳ ନେପାଳ ଭାରତ ସୀମାକୁ ପର୍ବତାରୋହଣ ଅଭିଯାନରେ ଯାଇଥିଲେ। ଏହି ଅଭିଯାନ ବେଳେ ସେନା ଯବାନମାନେ ମକଳୁ କ୍ୟାମ୍ପ ନିକଟରେ ଏପ୍ରିଲ ୯ରେ ଉକ୍ତ ପାଦଚିହ୍ନଗୁଡିକୁ ବରଫ ଉପରେ ଦେଖିଥିଲେ। ଏହି ପାଦଚିହ୍ନ ଗୁଡିକ ୩୨X୧୫ ଇଞ୍ଚ ଦର୍ଶାଇ ସେନା ତରଫରୁ ଏହାର ଫଟୋଗୁଡିକୁ ଟ୍ୱିଟ୍‌ କରାଯାଇଛି। ଏହି ପୌରାଣିକ ତୁଷାର ମାନବ ୟେତି କେବଳ ମକଳୁ-ବରୁଣ ଜାତୀୟ ଅଭୟାରଣ୍ୟରେ ଦେଖାଯାଇଥିବା ଦାବି କରିଛି ଭାରତୀୟ ସେନା। ଏହି ମାନବର ଅସ୍ଥିତ୍ୱକୁ ନେଇ ଗବେଷଣା ପାଇଁ ଫଟୋଗୁଡିକ ହସ୍ତାନ୍ତର କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ୧୯୨୦ରେ ଏଡ୍‌ମଣ୍ଡ ହିଲାରୀ ଏହି ତୁଷାର ମାନବର ସନ୍ଧାନରେ ହିମାଳୟ ଅଭିଯାନ କରିଛନ୍ତି। ଏମିତିକି ଏହି ତୁଷାର ମାନବକୁ ଠାବ କରିବାକୁ ନେପାଳ ସରକାର ୧୯୫୦ରେ ଶିକାର ଲାଇସେନ୍ସ୍‌ ଜାରି କରିଥିଲା।



from ଦେଶ- ବିଦେଶ – Sambad http://bit.ly/2VaNy5V

Post a Comment

0Comments
Post a Comment (0)