ଭାଙ୍ଗ ରଖିବାରୁ ନେସ୍‌ଙ୍କୁ ୨ ବର୍ଷ ଜେଲ୍‌

zisanmohammad
0

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ନସ୍‌ଲି ୱାଡିଆଙ୍କ ପୁଅ ନେସ୍‌ଙ୍କୁ ଭାଙ୍ଗ ରଖିଥିବା ଅଭିଯୋଗରେ ଜାପାନରେ ୨ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଜାପାନର ନ୍ୟୁ ଚିତସେ ବିମାନ ବନ୍ଦରରେ ନେସ୍‌ଙ୍କୁ ମାର୍ଚ୍ଚ ମାସରେ ଗିରଫ କରାଯାଇଥିଲା। ସେଠାରେ ସନ୍ଧାନୀ କୁକୁର ସତର୍କ କରିବା ପରେ ନେସ୍‌ଙ୍କ ତଲାସୀ ନିଆଯାଇଥିଲା। ଏହି ସମୟରେ ତାଙ୍କଠାରୁ ୨୫ ଗ୍ରାମ୍‌ର ଭାଙ୍ଗ ଜବତ କରାଯାଇଥିଲା। ନେସ୍‌ ବମ୍ବେ ଡାଇଙ୍ଗ୍‌, ବ୍ରିଟାନିଆ ଇଣ୍ଡଷ୍ଟ୍ରି, ଗୋଏୟାର ବିମାନ ସେବା ବ୍ୟତୀତ ଆଇପିଏଲ୍‌ର କିଙ୍ଗସ୍‌-୧୧ ପଂଜାବ ଦଳର ମାଲିକ।



from ଦେଶ- ବିଦେଶ – Sambad http://bit.ly/2GKn3KC

Post a Comment

0Comments
Post a Comment (0)