ଶାସ୍ତ୍ରୀ ଭବନରେ ଅଗ୍ନିକାଣ୍ଡ

zisanmohammad
0

ନୂଆଦିଲ୍ଲୀ: ଭାରତ ସରକାରଙ୍କର ଶାସ୍ତ୍ରୀ ଭବନରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଟ୍ୱିଟ୍‌ରେ ଲେଖିଛନ୍ତି, ଫାଇଲ୍‌ ପୋଡିଦେଲେ ମୋଦୀଜୀ ବଞ୍ଚିଯିବେ ନାହିଁ। ଆପଣଙ୍କ ବିଚାର ହେବାର ସମୟ ଆସୁଛି ବୋଲି ଟ୍ୱିଟ୍‌ କରି ରାହୁଲ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ଶାସ୍ତ୍ରୀ ଭବନରେ ଆଇନ, ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ, ମାନବ ସମ୍ବଳ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର କାର୍ଯ୍ୟାଳୟ ରହିଛି।



from ଦେଶ- ବିଦେଶ – Sambad http://bit.ly/2Va31TZ

Post a Comment

0Comments
Post a Comment (0)