ଉତ୍ତର କ୍ୟାରୋଲିନା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ ମୃତ, ୪ ଆହତ

zisanmohammad
0

ସାର୍ଲୋଟ୍‌: ମଙ୍ଗଳବାର ଦିନ ସାର୍ଲୋଟ୍‌ସ୍ଥିତ ଉତ୍ତର କ୍ୟାରୋଲିନା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ସେଥିରୁ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି ମେକ୍ଲେନ୍‌ବର୍ଗ ଏମରର୍ଜେନ୍‌ସି ମ୍ୟାନେଜ୍‌ମେଣ୍ଟ୍‌ ସର୍ଭିସ୍‌ ଏଜେନ୍‌ସି ସୂତ୍ରରୁ ପ୍ରକାଶ।

ସ୍ଥାନୀୟ ଗଣାମାଧ୍ୟମ ରିପୋର୍ଟ କରିଛି ଯେ ସନ୍ଦିଗ୍ଧ ଆତତାୟୀ ଜଣକ ଜଣେ ଛାତ୍ର ହୋଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି ଏବଂ ତାଙ୍କୁ ପୁଲିସ ହାଜତକୁ ନେଇଛି।

ବିଶ୍ୱବିଦ୍ୟାଳୟର କେନେଡି ହଲ୍‌ର ପ୍ରଶାସନିକ ଅଟ୍ଟାଳିକା ନିକଟରେ ସନ୍ଧ୍ୟା ପ୍ରାୟ ୫: ୪୫ରେ ଗୁଳିକାଣ୍ଡ ଘଟିଛି ଏବଂ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ସାର୍ଲୋଟ୍‌ର ଡବ୍ଲୁବିଟିଭି ରିପୋର୍ଟ କରିଛି।

ଚାରି ଆହତଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଜୀବନ ପ୍ରତି ବିପଦ ଥିବା କଥା ମେକ୍‌୍ଲନ୍‌ବର୍ଗ ଇଏମ୍‌ଏସ୍‌ର ମୁଖପାତ୍ରୀ ଲେଷ୍ଟର୍‌ ଓଲିଭା କହିଛନ୍ତି। ଏ ଘଟଣା ପରେ ପରେ କ୍ୟାମ୍ପସ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।



from ଦେଶ- ବିଦେଶ – Sambad http://bit.ly/2GNd0V4

Post a Comment

0Comments
Post a Comment (0)