ପଶ୍ଚିମ ତ୍ରିପୁରା ଆସନରେ ପୁଣିଥରେ ନିର୍ବାଚନ ଦାବି

zisanmohammad
0

ଅଗରତାଲା : ପଶ୍ଚିମ ତ୍ରିପୁରା ଆସନରେ ଶାସକ ଦଳ ବିଜେପି ଦ୍ବାରା ବୁଥ୍‌ ଜବରଦଖଲ ହୋଇଛି ଏବଂ ଭୋଟରମାନଙ୍କୁ ବିଜେପିକୁ ଭୋଟ୍‌ ଦେବାପାଇଁ ବାଧ୍ୟକରାଯାଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ପଶ୍ଚିମ ତ୍ରିପୁରା ଆସନରେ ପୁଣି ନିର୍ବାଚନ ଦାବି କରି କଂଗ୍ରେସ ପ୍ରତିନିଧି ଦଳ  ନୂଆଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଗତ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରା ଆସନରେ ନିର୍ବାଚନ ହୋଇଥିଲା। ତେବେ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ସମର୍ଥକମାନେ ବୁଥ୍‌ ଜବରଦଖଲ କରିଥିଲେ ବୋଲି ତ୍ରିପୁରା ପିସିସି ଅଧ୍ୟକ୍ଷ ପ୍ରଦ୍ୟୋତ ଦେବ ବୁରମାନ୍‌  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।



from ଦେଶ- ବିଦେଶ – Sambad http://bit.ly/2V7e3Jn

Post a Comment

0Comments
Post a Comment (0)