ମୋଦୀଙ୍କୁ ୭୨ ବର୍ଷ ପ୍ରଚାରରୁ ବାରଣ କରାଯାଉ: ଅଖିଳେଶ

zisanmohammad
0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପଶ୍ଚିମବଙ୍ଗରେ ଟିଏମ୍‌ସି ବିଧାୟକଙ୍କୁ ନେଇ ଯେଭଳି ବୟାନ ‌ରଖିଛନ୍ତି ସେନେଇ ତାଙ୍କୁ ୭୨ ବର୍ଷ ନିର୍ବାଚନୀ ପ୍ରଚାରରୁ ବାରଣ କରାଯିବା ଉଚିତ ବୋଲି ସମାଜବାଦୀ ପାର୍ଟି ସୁପ୍ରିମୋ ‌‌ ଅଖିଳେଶ ଯାଦବ ଆଜି କହିଛନ୍ତି। ନିର୍ବାଚନ କମିସନ୍‌ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ସେମାନଙ୍କୁ ୭୨ ଘଣ୍ଟା ନିର୍ବାଚନୀ ପ୍ରଚାରରୁ ବ‌ାରଣ କରିଥିଲେ। କିନ୍ତୁ ମୋଦୀଙ୍କୁ ୭୨ ଘଣ୍ଟା ନୁହେଁ ପୂରା ୭୨ ବର୍ଷ ନିର୍ବାଚନୀ ପ୍ରଚାରରୁ ବାରଣ କରାଯିବା‌ ଉଚିତ୍‌ ବୋଲି ଅଖିଳେଶ କହିଛନ୍ତି।



from ଦେଶ- ବିଦେଶ – Sambad http://bit.ly/2GQwisy

Post a Comment

0Comments
Post a Comment (0)