ମନ୍ତ୍ରୀପୁଅଙ୍କୁ ଗିରଫ ଆଶଙ୍କା..!, ଥାନା ଘେରିଲା ବିଜେଡି

zisanmohammad
0

ଆନନ୍ଦପୁର/ରାମଚନ୍ଦ୍ରପୁର : କଂଗ୍ରେସ କର୍ମୀଙ୍କ ପାଟିରେ ବନ୍ଧୁକ ପୂରାଇ ଆକ୍ରମଣ କରିବା ଘଟଣାରେ ଆଜି ବିଜେଡି ପକ୍ଷରୁ ରାମଚନ୍ଦ୍ରପୁର ଥାନା ଘେରାଉ କରାଯାଇଛି। ଦୁଇଦିନ ତଳେ ବିଜେଡି କର୍ମୀମାନେ କଂଗ୍ରେସ କର୍ମୀଙ୍କ ପାଟିରେ ବନ୍ଧୁକ ପୂରାଇ ହତ୍ୟା ଉଦ୍ୟମ କରିଥିଲେ। ସୌଭାଗ୍ୟବଶତଃ ସେ ବର୍ତ୍ତିଯାଇଥିଲେ ବି ଏ ଘଟଣାରେ ମନ୍ତ୍ରୀପୁଅ ଦେବାଶିଷ ପାତ୍ର ଓ ତାଙ୍କ ସମର୍ଥକଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାପରେ ମନ୍ତ୍ରୀପୁଅଙ୍କୁ ଗିରଫ କରାଯିବା ଆଶଙ୍କାରେ ବିଜେଡିର ଏକ ଗୋଷ୍ଠୀ ଆଜି ଥାନା ଘେରିବା ଏହି ମାମଲାକୁ ଭିନ୍ନ ମୋଡ଼ ଦେଇଛି।

ଖବର ଅନୁସାରେ ଅଙ୍ଗାରୁଆ ଗ୍ରାମରେ ଗତ ୧୮ ତାରିଖରେ ହୋଇଥିବା ଗଣ୍ତଗୋଳ ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ସମେତ ବିଜେଡି ସମର୍ଥକଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାର‌ ପ୍ରତିବାଦରେ ଶତାଧିକ ବିଜେଡି କର୍ମୀ ଆଜି ସକାଳ ୯ଟା ବେଳେ ରାମଚନ୍ଦ୍ରପୁର ଥାନା ଘେରାଉ କରିଥିଲେ। ରାମଚନ୍ଦ୍ରପୁର ଅଞ୍ଚଳରେ ବାହାର ଯୁବକମାନେ ବୋଲେରୋ ଗାଡ଼ିରେ ବୁଲୁଛନ୍ତି। ଲୋକଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରାଯାଉଛି ବୋଲି ବିଜେଡି କହିଛି। କଂଗ୍ରେସ ଚାପରେ ବିଜେଡି ସମର୍ଥକଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯାଉଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ବିଜେଡି ଜିଲ୍ଲା ସଂପାଦକ ମନ୍ମଥ କୁମାର ରାଉତଙ୍କ ନେତୃତ୍ବରେ ବିଜେଡି କର୍ମୀ ଥାନା ଘେରାଉ କରିଥିଲେ। ରାମଚନ୍ଦ୍ରପୁର ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁ ସେମାନଙ୍କ ସହ ଆଲୋଚନା କରି ମାମାଲାର ଉପଯୁକ୍ତ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ହିଂସାରେ ବିଶ୍ବାସ କରେ ନାହିଁ। ହାରିବା ଭୟରେ ବିଜେଡି ଏଭଳି ମିଥ୍ୟା ଅଭିଯୋଗ ଆଣୁଛି ବୋଲି ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ କହିଛନ୍ତି।



from ଜିଲ୍ଲା – Sambad http://bit.ly/2GwGqYA

Post a Comment

0Comments
Post a Comment (0)