
ଭବାନୀପାଟଣା/ମ.ରାମପୁର : କଳାହାଣ୍ଡି ଉତ୍ତର ବନଖଣ୍ଡ ନର୍ଲା ରେଂଜ ଅନ୍ତର୍ଗତ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲ ଅଧୀନରେ ଥିବା ଶ୍ରୀପାଲି ଗ୍ରାମ ନିକଟ ପୁରୁଣାଗୁଭା ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଏକ ଦନ୍ତା ହାତୀ ଜଣେ ମହିଳାଙ୍କୁ ଗଛରେ ପିଟିପିଟି ମାରି ଦେଇଛି। ମୃତ ବୃଦ୍ଧାଙ୍କ ନାଁ ବନୀତା ପୋଢ(୩୦) ବୋଲି ଜଣାଯାଇଛି।
ଶନିବାର ସକାଳ ୬ଟା ସମୟରେ ବନୀତା ନିଜ ସଂପକୀୟ ଭାଣିଜୀ ସହିତ ଗାଁ ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହାଠାତ ଏକ ହାତୀ ତାଙ୍କୁ ଶୁଣ୍ଢରେ ଧରି ନେଇ ଗଛରେ ବାରମ୍ବାର ପଟିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀ ପଲ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।
from ଜିଲ୍ଲା – Sambad http://bit.ly/2DnGQi2