ସାନଭାଇ ଠେଙ୍ଗା ମାଡ଼ ଖାଇ ବଡ଼ଭାଇ ମୃତ

zisanmohammad
0

ନବରଙ୍ଗପୁର: ସାନଭାଇ ଠାରୁ ଠେଙ୍ଗାମାଡ଼ ଖାଇ ଆହତ ଆହତ ହେବା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଜଣେ ବଡ଼ଭାଇଙ୍କର ଶନିବାର ମଧ୍ୟରାତ୍ରରେ ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ୬୦ ବର୍ଷିୟ ତୁଳାରାମ ମାଝୀ।

ଶୁକ୍ରବାର ଦିନ ତୁଳାରମଙ୍କ ସାନବାପା ପୁଅ ଭାଇ ୩୫ କୋନି ମାଝୀ ତାଙ୍କୁ ଠେଙ୍ଗାରେ ପିଟି ଆହତ କରିଥିଲେ।

ଗାଁ’ରେ ଗୋଟିଏ ପରିଧି ମଧ୍ୟରେ ରହୁଥିଲେ ବି ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। କୌଣସି କାରଣରୁ ଶୁକ୍ରବାର ଦିବା ୧୧ଟା ବେଳେ ପୁଣି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ଲାଗିବାରୁ କୋନି ଗୋଟାଏ ଠେଙ୍ଗାରେ ତୁଳାଙ୍କୁ ପିଟିବାରୁ ତାଙ୍କ କାନ ଓ ପାଟିରୁ ରକ୍ତ ବୋହିଥିଲା।

ଚିକିତ୍ସା ପାଇଁ ତୁଳାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଶନିବାର ଦିନ ସେଠାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଶନିବାର ମଧ୍ୟରାତ୍ରରେ ତାଙ୍କର ଦେହାନ୍ତ ହୋଇଗଲା। ଏ ଘଟଣାରେ ଗ୍ରାମବାସୀମାନେ ଡାବୁଗାଁ ଥାନାରେ ଏଫ୍‌ଆଇଆର୍‌ ଦେବା ପରେ ପୁଲିସ କୋନିଙ୍କୁ ଗିରଫ କରିବା ସହ ଶବ ଜବତ କରିଛି।



from ଅପରାଧ – Sambad http://bit.ly/2ILKohy

Post a Comment

0Comments
Post a Comment (0)