ବଲାଙ୍ଗୀରରେ ୩ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ

zisanmohammad
0

ବଲାଙ୍ଗୀର : ତିନି ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ। ବଲାଙ୍ଗୀର ସଦର ଥାନା ଅଂଚଳରେ ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି। ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ଉଦ୍ଧାର କରିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାକୁ ସଂପର୍କରେ ହସ୍‌ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ‌ଦେବା ପରେ ଆରମ୍ଭ ହୋଇଛି ଛାନ୍‌ଭିନ୍।

ଅଭିଯୋଗରୁ ପ୍ରକାଶ ଯେ, ୩ ବର୍ଷର ଶିଶୁଟି ଅନ୍ୟ ଶିଶୁଙ୍କ ସହ ଘର ସମ୍ମୁଖରେ ଖେଳୁଥିଲା। ଏହି ସମୟରେ ସେହି ଗାଁର ଜଣେ ନବମ ଶ୍ରେଣୀର ଛାତ୍ର (୧୫ ବର୍ଷ) ଶିଶୁକୁ ଚକୋଲେଟ ଦେବା ବାହାନାରେ ନିକଟସ୍ଥ ଏକ ଶୌଚାଳୟକୁ ନେଇଥିଲା। ସେଠାରେ ତାକୁ ଦୁଷ୍କର୍ମ କରିଥିଲା। ଶିଶୁ କାନ୍ଦିକାନ୍ଦି ଘରକୁ ଫେରିଥିଲା। ଶିଶୁ ରକ୍ତାକ୍ତ ମଧ୍ୟ ହୋଇଥିଲା। ଶିଶୁଟିର ମା’ ତାକୁ ସବୁ ପଚାରିବାରୁ ସବୁ କିଛି ଘଟଣା କହିଥିଲା। ଏହାପରେ ଶିଶୁକନ୍ୟାର ବାପା ଅଭିଯୁକ୍ତ ନାବାଳକ ଘରକୁ ଯାଇ କହିବା ପରେ ଓଲଟା ସେମାନଙ୍କ ପରିବାର ଗାଳିଗୁଲଜ କରିଥିଲେ। ଏପଟେ ଶିଶୁକନ୍ୟା ଗୁରୁତର ଥିବାରୁ ବାପା ମା’ ବଲାଙ୍ଗୀର ମେଡିକାଲ କଲେଜ ହସ୍‌ପିଟାଲକୁ ଆଣି ଭର୍ତ୍ତି କରାଇଥିଲେ। ଚାଇଲ୍‌ଡ ଲାଇନ କର୍ମକର୍ତ୍ତାମାନେ ପହଞ୍ଚି ହସ୍‌ପିଟାଲରେ ଶିଶୁର ଚିକିତ୍ସା ସମୟରେ ସହାୟତା ଯୋଗାଇଥିଲେ। ସଦର ଥାନା ପୁଲିସ ସମଗ୍ର ଘଟଣାକୁ ନେଇ ତଦନ୍ତକୁ ତ୍ୱରାନ୍ୱିତ କରିଛି।



from ଅପରାଧ – Sambad http://bit.ly/2GzkjAV

Post a Comment

0Comments
Post a Comment (0)