ବୋମାମାଡ଼ରେ ଯୁବକ ମୃତ, ବଡ଼ଗୁମୁଳାରେ ଗାଁରେ ଉତ୍ତେଜନା

zisanmohammad
0

ଗୋପାଳପୁର/ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ବଡ଼ଗୁମୁଳା ଗ୍ରାମରେ ହୋଇଛି ବୋମାମାଡ଼। ବୋମାମାଡ଼ରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସାହୁ(୩୭) ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିବାବେଳେ ଘଟଣାସ୍ଥଳରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବଡ଼ଗୁମୁଳାର ସୁଶାନ୍ତ ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ଘର ବାହାରେ ବସି ମୋବାଇଲରେ କ୍ରିକେଟ ମ୍ୟାଚ୍‌ ଦେଖୁଥିଲେ। ଏ ସମୟରେ ବାଇକ୍‌ରେ କିଛି ମୁଖାପିନ୍ଧା ଯୁବକ ଆସି ସୁଶାନ୍ତଙ୍କୁ ଲକ୍ଷ୍ୟ କରି ଦୁଇଟି ବୋମା ଫିଙ୍ଗିଥିଲେ। ଗୋଟିଏ ବୋମା ସୁଶାନ୍ତଙ୍କ ଉପରେ ପଡ଼ିଥିବା ବେଳେ ଅନ୍ୟଟି ତଳେ ପଡ଼ି ଫୁଟି ଯାଇଥିଲା। ବୋମା ଫୁଟିବା ପରେ ସୁଶାନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରବଳ ଆଘାତ ଲାଗିଥିଲା। ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇ ଯାଇଥିବା ବେଳେ ସୁଶାନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ। କିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଓ ଏଏସ୍‌ପି ରାଉତରାୟ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଫେରାର୍‌ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲି ଓ ସୁଶାନ୍ତ ନାଁରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା ନେଇ ଏଏସ୍‌ପି ରାଉତରାୟ ସୂଚନା ଦେଇଛନ୍ତି।



from ଅପରାଧ – Sambad http://bit.ly/2ILKiGI

Post a Comment

0Comments
Post a Comment (0)