ପତ୍ନୀଙ୍କୁ କିରାସିନି ଢାଳି, ହତ୍ୟା ଉଦ୍ୟମ, ସ୍ବାମୀ ଗିରଫ

zisanmohammad
0

ଭୁବନେଶ୍ବର: ଯୌତୁକ ପାଇଁ ପତ୍ନୀଙ୍କୁ କିରାସିନି ଢାଳି ହତ୍ୟା ଉଦ୍ୟମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲା ଜଗତ୍‌ସିଂହପୁର ଜିଲ୍ଲା ନୂଆଗାଁ ଅଞ୍ଚଳର ରମାକାନ୍ତ ପାଢ଼ୀ(୩୪)। ରମାକାନ୍ତ ପରିବାର ସହ ସାଲିଆସାହିରେ ରୁହନ୍ତି। ପୁଲିସ ସୂଚନା ମୁତାବକ, ଗତ ୫ ବର୍ଷ ତଳେ ରମାକାନ୍ତ ସ୍ଥାନୀୟ ଅଞ୍ଚଳର ସସ୍ମିତା ଦିକ୍ଷୀତଙ୍କୁ ବିବାହ କରିଥିଲେ। ଗତ କିଛି ମାସ ହେବ ରମାକାନ୍ତ ଯୌତୁକ ପାଇଁ ସସ୍ମିତାଙ୍କୁ ବାରମ୍ବାର ତାଗିଦ କରୁଥିଲା। ହେଲେ ସେ ଯୌତୁକ ବାବଦ ଟଙ୍କା ନ ଆଣିବାରୁ ତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା। ଗତ ୧୮ ତାରିଖ ରାତିରେ ରମାକାନ୍ତଙ୍କ ନିର୍ଯାତନାର ସୀମା ଟପିଯାଇଥିଲା। ସସ୍ମିତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ସେ ପ୍ରତିବାଦ କରିବାରୁ ରମାକାନ୍ତ ଘରେ ଥିବା ଏକ କିରାସିନି ଜାରକୁ ଆଣି ସସ୍ମିତାଙ୍କ ଉପରେ ଢାଳିଦେଇଥିଲେ। ତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ ବେଳେ ସେ ଜୀବନ ବିକଳରେ ପଡ଼ିଶା ଘରକୁ ଧାଇଁଥିଲେ। ଏହାପରେ ନୂଆପଲ୍ଲୀ ଥାନାକୁ ଆସି ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।



from ଅପରାଧ – Sambad http://bit.ly/2GzBoe0

Post a Comment

0Comments
Post a Comment (0)