ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

zisanmohammad
0

ଭୁବନେଶ୍ବର: ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା, ସାଲିଆସାହି ଏକାମ୍ରବିହାର ଅଞ୍ଚଳର ସର୍ବେଶ୍ବର ବେହେରା ଓରଫ ବାପି। ସୂଚନା ମୁତାବକ, କିଛି ଦିନ ହେବ ବାପି ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ହଇରାଣ କରି ଆସୁଥିଲା। ସ୍କୁଲ ଯିବା ସମୟରେ ତାଙ୍କୁ ପିଛା କରିବା ସହ ଅଶ୍ଳୀଳ ଇଂଗିତ କରୁଥିଲା। ୧୭ ତାରିଖ ସଂଧ୍ୟାରେ ନାବାଳିକାଜଣଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ତାଙ୍କ ବାପାଙ୍କୁ ଦେଖା କରିବାକୁ ଯାଉଥିବା ବେଳେ ବାପି ତାଙ୍କୁ ଅଟକାଇଥିଲା। ସେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯିବ ବୋଲି କହିଥିଲା। କିନ୍ତୁ ହସ୍ପିଟାଲ ନେବା ବଦଳରେ ଏକ ନିଛାଟିଆ ସ୍ଥାନକୁ ନେଇ ଅସଦାଚରଣ କରିଥିଲା। ନାବାଳିକାଜଣଙ୍କ ପାଟି କରିବାରୁ ବାପି ଫେରାର୍‌ ହୋଇଯାଇଥିଲା। ନାବାଳିକାଜଣଙ୍କ ଏ ସଂପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରାଯାଇଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।



from ଅପରାଧ – Sambad http://bit.ly/2II2G3i

Post a Comment

0Comments
Post a Comment (0)