ଟ୍ରାକ୍ଟର ଚୋରି ମାମଲାରେ ଜେଲ ଗଲେ ଯୁବକ, ୫ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଜବତ

zisanmohammad
0

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଟ୍ରାକ୍ଟର ଚୋରି ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର ଗ୍ରାମର କାର୍ତ୍ତିକ ମହାରଣା(୩୦)। ଜାମିନ ନାମଂଜୁର ହୋଇଯିବାରୁ କାର୍ତ୍ତିକକୁ ଝାରପଡ଼ା ସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ଏଥିସହିତ ପୁଲିସ ଘଟଣାସ୍ଥଳରୁ ୫ ଲକ୍ଷରୁ ଅଧିକ ଟଙ୍କାର ଟ୍ରାକ୍ଟରର ଯନ୍ତ୍ରାଂଶ ମଧ୍ୟ ଜବତ କରିଛି। ଏ ସଂପର୍କରେ ଥାନାରେ ୪ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ପ୍ରଦୀପ ରାଉତଙ୍କ ସୂଚନାନୁଯାୟୀ ଏହି ଗ୍ୟାଙ୍ଗର ୫ ଜଣ ଗତ ଦୁଇଦିନ ତଳେ ଗୋଟିଏ ଟ୍ରାକ୍ଟର ଚୋରି କରି ସ୍ଥାନୀୟ ବ୍ରାହ୍ମଣଷଡ଼ଙ୍ଗୀ ଛକ ନିକଟରେ ଥିବା ଏକ ଜଙ୍ଗଲ ଭିତରେ ରଖି ଯନ୍ତ୍ରାଂଶ ଖୋଲି ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢ଼ଉ କରି କାର୍ତ୍ତିକୁ କାବୁ କରିଥିଲେ। ହେଲେ ସେଠାରୁ ଅନ୍ୟ ୪ ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ।



from ଅପରାଧ – Sambad http://bit.ly/2GxH5cz

Post a Comment

0Comments
Post a Comment (0)