
ଭୁବନେଶ୍ବର: ଓଡ଼ିଶାର ପ୍ରମୋଦ ଭଗତ ଉଗାଣ୍ଡା ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାଗନେବେ। ଚଳିତ ମାସ ୨୩-୨୮ ତାରିଖ ପର୍ଯ୍ୟନ୍ତ ଉଗାଣ୍ଡାର କାମ୍ପଲାସ୍ଥିତ ଲୁଗୋଗୋ ଷ୍ଟାଡିୟରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ସେ ଏକମାତ୍ର ଓଡ଼ିଆ ଭାବେ ୨୦ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ମୋଟ ୧୮୦ ପ୍ରତିଯୋଗୀ ଭାଗନେଉଛନ୍ତି। ଓଡ଼ିଶା ପାରା ବ୍ୟାଡ୍ମିଣ୍ଟନ୍ ସଂଘର ସମ୍ପାଦକ ମନରଞ୍ଜନ ଦାଶ ସଫଳତା କାମନା କରିବା ସହ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
from ଖେଳ – Sambad http://bit.ly/2URzkXE