ଜାତୀୟ ହକି ଶିବିରରେ ଯୋଗ ଦେଲେ ରିଡ୍‌

zisanmohammad
0

ଭୁବନେଶ୍ବର: ଭାରତୀୟ ହକି ଦଳର ନୂତନ ନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଶନିବାର ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସଂପ୍ରତି ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ବାଙ୍ଗାଲୋର କ୍ୟାମ୍ପସ୍ରେ ଚାଲିଥିବା ଜାତୀୟ ଶିବିର ବେଳେ ସେ ଦଳ ସହ ଯୋଗ ଦେଇ ଖେଳାଳିଙ୍କୁ ସମ୍ବ‌ୋଧିତ କରିଥି‌ଲେ। ଗୋଟିଏ ୟୁନିଟ୍‌ ଓ ଗୋଟିଏ ଦଳ ଭାବେ କାମ କରିବାଲାଗି ଆଶା ପ୍ରକାଶ କରିଥିଲେ। ପ୍ରଥମେ ଆମେ ଦଳ ପାଇଁ କାମ କରିବା। ମୁଖ୍ୟ ଲକ୍ଷ୍ୟ ସମସ୍ତଙ୍କ ବିଶ୍ବାସ ଓ ଯୋଗା‌ଯୋଗରେ ପ୍ରତିବନ୍ଧକ ରଖିବା ନାହିଁ ବୋଲି ନିଜ ପ୍ରଥମ ଅଭିଭାଷଣରେ ୫୪ ବର୍ଷୀୟ ରିଡ୍‌ ପ୍ରକାଶ କରିଥିଲେ। ଭବିଷ୍ୟତ ପାଇଁ ଭାରତରେ ନିକଟରେ ଭରପୁର ପ୍ରତିଭା ରହିଛନ୍ତି। ଶନିବାର ସକାଳେ କନିଷ୍ଠସ୍ତରରେ ଗଠିତ ୩୩ ଜଣିଆ ‌କୋର୍‌ଗ୍ରୁପ୍‌ ସହ ମିଶିଥିଲି। ଯାହା ଦେଖିଲି ଏମାନଙ୍କ ପାଖରେ ପ୍ରତିଭା ଭରି ରହିଛି। ଏମାନେ ନିଶ୍ଚିତ ଭାରତର ଭବିଷ୍ୟତ ବୋଲି ସେ କହିଥିଲେ। ଭୁବନେଶ୍ବରରେ ଚଳିତ ବର୍ଷ ଜୁନ୍‌ ୬ରେ ଆରମ୍ଭ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ ଫାଇନାଲ୍ସ‌ ତାଙ୍କର ପ୍ରଥମ କାର୍ଯ୍ୟ ହେବ। ଏହି ପ୍ରତିଯୋଗିତାରେ ଅଷ୍ଟାଦଶ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଜାପାନ, ମେକ୍ସିକୋ, ପୋଲାଣ୍ଡ, ରୁଷିଆ, ଦକ୍ଷିଣ ଆଫ୍ରିକା, ଆମେରିକା ଓ ଉଜବେକିସ୍ତାନ ସହ ଭାରତ ଭାଗନେବ। ରିଡ୍‌ଙ୍କ ଭାରତ ଆଗମନକୁ ଆମେ ସ୍ବାଗତ କରୁଛୁ। ହକି ଇଣ୍ଡିଆ ଲିଗ୍ ବେଳେ ସେ ପ୍ରଶିକ୍ଷକ ଥିଲେ। ଏଥିପାଇଁ ତାଙ୍କ ସହ ଦଳର କିଛି ବରିଷ୍ଠ ଖେଳାଳିଙ୍କ ସମ୍ପର୍କ ରହିଛି। ଏଫ୍‌ଆଇଏଚ୍‌ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବା ଲାଗି ସେଠାକୁ ଗସ୍ତ କରିବ। ଏହିଠାରେ ରିଡ୍‌ ଖେଳାଳିମାନଙ୍କ ସହ ଅଧିକ ମିଶିବାର ସୁ‌ଯୋଗ ପାଇବେ। ଫଳରେ ଦଳ ଭୁବନେଶ୍ବରରେ ଆୟୋଜିତ ଏଫ୍‌ଆଇଏଚ୍‌ ସିରିଜ ଭଲ କରିପାରିବ ବୋଲି ହକି ଇଣ୍ଡିଆର ସଭାପତି ମହମ୍ମଦ ମୁସ୍ତାକ୍‌ ଅହମ୍ମଦ କହିଛନ୍ତି।



from ଖେଳ – Sambad http://bit.ly/2GGf01B

Post a Comment

0Comments
Post a Comment (0)