ଦିଲ୍ଲୀରୁ ଲଢ଼ିବେ ଗମ୍ଭୀର, ବିଜେନ୍ଦର

zisanmohammad
0

ନୂଆଦିଲ୍ଲୀ: କ୍ରିକେଟ୍‌ରୁ ରାଜନୀତିକୁ ଆସିଥିବା ଗୌତମ ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟ୍‌‌ରେ ନିର୍ବାଚନ ଲଢ଼ିବେ। ତାଙ୍କ ସହ ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ମିନାକ୍ଷୀ ଲେଖିଙ୍କ ନାମ ସୋମବାର ‌ବିଜେପି ପକ୍ଷରୁ ଘୋଷିତ ୫ ଜଣିଆ ପ୍ରାର୍ଥୀ ତାଲିକାରେ ରହିଛି। ମହେଶ ଗିରିଙ୍କ ସ୍ଥାନରେ ଗମ୍ଭୀରଙ୍କୁ ଦଳ ଟିକେଟ୍‌ ଦେଇଛି। ଏହି ଆସନ ପାଇଁ ତାଙ୍କ ବିପକ୍ଷରେ ରହିଛନ୍ତି କଂଗ୍ରେସରୁ ଅରବିନ୍ଦର ସିଂହ ଲଭ୍‌ଲି, ଆମ ଆଦ୍‌ମି ପାର୍ଟିରୁ ଅତିଶି। ଗତ ମାସରେ ସେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଉପସ୍ଥିତିରେ ବିଜେପିରେ‌ ଯୋଗ ଦେଇଥିଲେ। ୩୭ ବର୍ଷୀୟ ଗମ୍ଭୀର ଭାରତ ପାଇଁ ୫୮ ଟେଷ୍ଟ୍‌, ୧୪୭ ଦିନିକିଆ ଏବଂ ୩୭ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ଯଥାକ୍ରମେ ୪୧୫୪, ୫୨୩୮ ଏବଂ ୯୩୨ ରନ୍‌ କରିଛନ୍ତି। କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ଦୁଇଥର ବିଜେତା କରିଥିବା ଗମ୍ଭୀର ଗତ ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିଥିଲେ। ସେହିଭଳି ଅଲିମ୍ପିକ୍ସ ପଦକ ବିଜେତା ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ କଂଗ୍ରେସ ଟିକେଟରେ ଦକ୍ଷିଣ ଦିଲ୍ଲୀରୁ ଲଢ଼ିବେ।



from ଖେଳ – Sambad http://bit.ly/2Gt50bS

Post a Comment

0Comments
Post a Comment (0)