
କାବୁଲ: ବିଶ୍ବକପ୍ ଲାଗି ଆଫଗାନିସ୍ତାନ ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଆଇପିଏଲ୍ ତାରକା ରସିଦ ଖାନ୍ ଓ ମହମ୍ମଦ ନବିଙ୍କ ସହ ଦ୍ରୁତ ବୋଲର ହମିଦ ହାସନ ଓ ପୂର୍ବତନ ଅଧିନାୟକ ଅସଘର ଆଫଘାନ ସ୍ଥାନ ପାଇଛନ୍ତି। ଗୁଲବଦିନ ନୈବ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ମହମ୍ମଦ ସେହଜାଦ, ସ୍ପିନର ମୁଜିବ-ଉର୍-ରେହମାନଙ୍କୁ ମଧ୍ୟ ବିଶ୍ବକପ୍ ଟିକେଟ୍ ମିଳିଛି। ହାସନ ଦୀର୍ଘ ତିନି ବର୍ଷ ପରେ ଆଫଗାନିସ୍ତାନ ଜାତୀୟ ଦଳକୁ ଫେରିଛନ୍ତି। ଏହି ୩୧ ବର୍ଷୀୟ ଖେଳାଳି ୩୨ ଦିନିକିଆରେ ଆଫଗାନିସ୍ତାନର ପ୍ରତିନିଧିତ୍ବ କରି ୫୬ ୱିକେଟ୍ ଅକ୍ତିଆର କରିଛନ୍ତି। ୧୫ ଜଣିଆ ଦଳ ବ୍ୟତୀତ ଇକ୍ରାମ ଆଲିଖିଲ, କରିମ ଜନତ ଓ ସୟଦ ଶିରଜାଦଙ୍କୁ ସଂରକ୍ଷିତ ଖେଳାଳି ଭାବେ ରଖା ଯାଇଛି।
ଆଫଗାନିସ୍ତାନ ଦଳ: ଗୁଲବଦିନ ନୈବ (ଅଧିନାୟକ), ମହମ୍ମଦ ଶାହଜାଦ, ନୁର ଅଲ୍ଲୀ ଜରଦାନ, ହଜ୍ରତୁଲ୍ଲା ଜଜାଇ, ରହମତ ଶାହା, ଅସଘର ଆଫଘାନ, ମହମ୍ମତୁଲ୍ଲା ସାହିଦି, ନାଜିବୁଲ୍ଲା ଜଦ୍ରାନ, ସାମିଉଲ୍ଲା ସେନୱାରି, ମହମ୍ମଦ ନୈବି, ରସିଦ ଖାନ୍, ଦୌଲତ ଜର୍ଦାନ, ଆଫତାବ ଇସଲାମ, ହମିଦ ହାସନ ଓ ମୁଜିବ-ଉର୍-ରେହମାନ।
from ଖେଳ – Sambad http://bit.ly/2UT5m5B