ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

zisanmohammad
0

କେନ୍ଦୁଝର, : ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଆଜି କେନ୍ଦୁଝର ସିଜେଏମ୍‌ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲା କେନ୍ଦୁଝର ସଦର ଥାନା ଜଜପଶି ଗ୍ରାମର ରାଇଦାସ ମୋଦୀ (୨୮)।

ରାଇଦାସ ସେହି ଗ୍ରାମର ଜଣେ ୨୨ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାରିକୁ ନକହିବାକୁ କହିଥିଲା। ଘଟଣା ପ୍ରଘଟ ହେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଏହି ସମୟରେ ପୀଡ଼ିତାଙ୍କ ବାପାଙ୍କ ଦେହ ଖରାପ ଥିବାରୁ ପରିବାର ଲୋକେ ତାଙ୍କୁ ନେଇ କଟକ ବଡ଼ ଡାକ୍ତରଖାନା ଯାଇଥିଲେ। ସେମାନେ କଟକରେ ପାଖାପାଖି ୨ ମାସ ରହିଥିଲେ। କିଛିଦିନ ପରେ ତାଙ୍କର ପରଲୋକ ହୋଇଥିଲା। ଧମକ ଓ ଲୋକଲଜ୍ଜା ଭୟରେ ପୀଡ଼ିତା ଘଟଣା ସମ୍ପର୍କରେ କାହାରିକୁ କିଛି କହିନଥିଲେ।

ଘଟଣାର ୬ ମାସ ପରେ ପୀଡ଼ିତା ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏନେଇ ଗାଁରେ ପଞ୍ଚାୟତ ବସିଥିଲା। ସେଠାରେ ରାଇଦାସ ତା’ର ଦୋଷ ସ୍ବୀକାର କରିବା ସହ ପୀଡ଼ିତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲା। ବିବାହ ପରେ ଶାଶୂଘର ଲୋକେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ତେଣୁ ସେ ବାପଘରକୁ ପଳେଇ ଆସିଥିଲେ। ରାଇଦାସଙ୍କୁ ପୀଡ଼ିତାଙ୍କ ପରିବାର ଲୋକେ ବୁଝାସୁଝା କରିବା ପରେ କୌଣସି ସୁଫଳ ନମିଳିବାରୁ ଏନେଇ ୨୦୧୬ ମସିହା ଅଗଷ୍ଟ ୯ ତାରିଖରେ ପୀଡ଼ିତା ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ରାଇଦାସକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି କେନ୍ଦୁଝର ସିଜେଏମ୍‌ ତୀରଞ୍ଜନ ପାତ୍ର ଅଭିଯୁକ୍ତ ରାଇଦାସକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସାଙ୍ଗକୁ ୧୭ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧୦ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଅଶୋକ କୁମାର ଦାସ ମାମଲା ପରିଚାଳନା କରୁଥିଲେ।



from ଅପରାଧ – Sambad http://bit.ly/2XBo92g

Post a Comment

0Comments
Post a Comment (0)