
ବୌଦ୍ଧ : ବୌଦ୍ଧ ଥାନା ବଡ଼ବାଗବର ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼ବାଗବର ଗାଁର ରାଜେଶ ଜେନା (୨୭)ଙ୍କ ସେହି ଗାଁର ଜଣେ ଯୁବତୀ ସହ ପ୍ରେମ ସଂପର୍କ ରହିଥିଲା। ପରେ ଯୁବତୀଙ୍କ ସାନ ଭଉଣୀ ସହ ମଧ୍ୟ ରାଜେଶ ପ୍ରେମ ସଂପର୍କ ରଖିଥିଲା। ଏହାକୁ ନେଇ ଯୁବତୀଙ୍କ ପରିବାର ସହ ରାଜେଶଙ୍କ ଶତ୍ରୁତା ଲାଗି ରହିଥିଲା। ଏହି କାରଣରୁ ଗତ ରବିବାର କୁଆଡ଼େ ରାଜେଶ ଯୁବତୀଙ୍କ ମାମୁଁ ଅନ୍ତର୍ଯ୍ୟାମୀ ସେଠୀଙ୍କ ସହ ଗଣ୍ଡଗୋଳ କରିଥିଲେ। ରବିବାର ରାତିରେ ରାଜେଶ ନିକଟସ୍ଥ ଦେବଗଡ଼କୁ ରାବଣପୋଡ଼ି ଉତ୍ସବ ଦେଖିବାକୁ ଯାଇଥିଲା। ଯାତ୍ରା ଦେଖି ଗାଁକୁ ଫେରିବା ବେଳେ ଅନ୍ତର୍ଯ୍ୟାମୀ ପ୍ରତିଶୋଧ ନେବାକୁ ଯାଇ ନାଗବାଚା ଛକ ନିକଟରେ ରାଜେଶଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା। ଘଟଣା ସଂପର୍କରେ ସୂଚନା ପାଇ ପରିବାର ଲୋକ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଜେଶଙ୍କୁ ଉଦ୍ଧାର କରି ତୁରନ୍ତ ବୌଦ୍ଧ ମେଡିକାଲକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ୍ (ଓଡି ୩୧ ଡି ୧୪୫୪)କୁ ପୋଲିସ ଜବତ କରିଛି। ଏନେଇ ବୌଦ୍ଧ ଥାନା କେସ ନଂ ୧୦୭/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁଶ୍ରୀ କହଁର ପ୍ରକାଶ କରିଛନ୍ତି।
from ଅପରାଧ – Sambad http://bit.ly/2IASDxI