୨୫ ଲକ୍ଷର ଡିଜେଲ ଚୋରି: ୩ ଟ୍ୟାଙ୍କର ଡ୍ରାଇଭର ଗିରଫ

zisanmohammad
0

ସୁନ୍ଦରଗଡ଼ : ପାରାଦୀପରୁ ହେମଗିର ଥାନାର ଡୁଡୁକା ମାତାରାଣୀ ଫିଲିଂ ଷ୍ଟେସନକୁ ଆସୁଥିବା ଡିଜେଲ ଟ୍ୟାଙ୍କରରୁ ଡିଜେଲ ଚୋରି। ଶହେ କି ୨ ଶହ ଲିଟର ନୁହେଁ, ପାଖାପାଖି ୨୦ ହଜାର ଲିଟର। ୬ ମାସ ହେଲା ଯୋଜନାବଦ୍ଧ ଭାବେ ହେଉଥିଲା ଚୋରି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷରୁ ଅଧିକ। ଖୋଦ୍‌ ଟ୍ୟାଙ୍କରର ଡ୍ରାଇଭରମାନେ କରୁଥିଲେ ଚୋରି।

ଏଥିରେ ଏକ ବଡ଼ଧରଣର ରୢାକେଟ୍‌ କାମ କରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଚାରମାଳର ଏକ ଢାବା ମାଲିକ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଛି। ଡ୍ରାଇଭରମାନେ ନକଲି ଚାବିରେ ଟ୍ୟାଙ୍କର ଖୋଲି ପ୍ରତି ଟ୍ୟାଙ୍କରରୁ ଶହେ ଲିଟର ତେଲ କାଢ଼ି ଢାବା ମାଲିକଙ୍କ ଠାରେ ବିକ୍ରି କରୁଥିଲେ। ପୁଲିସ ମାତାରାଣୀ ଫିଲିଂ ଷ୍ଟେସନର ୩ ଟ୍ୟାଙ୍କର ଡ୍ରାଇଭରଙ୍କୁ ଗିରଫ କରିଛି। ସେମାନେ ହେଲେ ସଦ୍ଦାମ ହୁସେନ, ମହମ୍ମଦ ମୋଇନ ଆଲମ, ମହମ୍ମଦ ରିଆଜୁଲ। ଘଟଣାଟି ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।



from ଅପରାଧ – Sambad http://bit.ly/2XxRbj6

Post a Comment

0Comments
Post a Comment (0)