ଏସୀୟ ମୁଷ୍ଟିଯୁଦ୍ଧ ସେମିରେ କବିନ୍ଦ୍ର, ବିଶ୍ବ ବିଜେତାଙ୍କୁ ହରାଇଲେ

zisanmohammad
0

ବ୍ୟାଙ୍କକ୍‌: ବିଶ୍ବ ବିଜେତା କ‌ାଇରାତ ୟିରାଲିଭ୍‌ଙ୍କୁ ମାତ୍‌ ଦେଇ ଭାରତୀୟ ଯୁବ ତାରକା କବିନ୍ଦ୍ର ସିଂହ ବିଷ୍ଟ (୫୬ କେଜି) ଏସୀୟ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ସେମିଫ‌ାଇନାଲ୍‌ରେ ପ୍ରବେଶ କରିଛନ୍ତି। ଫଳ‌ରେ ସେ ଜୀବନର ପ୍ରଥମ ଏସୀୟ ପଦକ ପକ୍କା କରି ନେଇଛନ୍ତି। ତାଙ୍କ ସହ ‌ଭାରତୀୟ ମହିଳା ଯୋଦ୍ଧା ସୋନିଆ ଚହଲ (୫୭ କେଜି) ଶେଷ ୪ ମଧ୍ୟରେ ପ୍ରବେଶ କରି ଦେଶ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି। କବିନ୍ଦର ବିଚାରକଙ୍କ ନିଷ୍ପତିରେ କାଜକସ୍ତାନର ୟିରାଲିଭ୍‌ଙ୍କୁ ପରାସ୍ତ କରିଥିଲା ବେଳେ ବିଶ୍ବ ରୌପ୍ୟ ବିଜୟିନୀ ସୋନିଆ କୋରିଆର ଜୋ ସୋନ ୱାଙ୍କ ବିପକ୍ଷରେ ସମାନ ବିଜୟ ପାଇଥିଲେ। ଜାତୀୟ ବିଜେତା ଦୀପକ ସିଂହ (୪୯ କେଜି) ରିଙ୍ଗ୍‌କୁ ନ‌ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚି ଆଉ ଏକ ପଦକ ପକ୍କା କରିଥିଲେ। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଆଫଗାନିସ୍ତାନର ରମିଶ ରହମାନି ଆହତ ‌ଯୋଗୁଁ ଓହରି ଯିବାରୁ ଦୀପକଙ୍କୁ ୱାକ୍‌ ଓଭର ମିଳି ଯାଇଥିଲା। ତେବେ ବିଶ୍ବ କାଂସ୍ୟ ବିଜୟିନୀ ଲଭଲିନା ବୋର୍ଗୋହେଁ (୬୯ କେଜି) କ୍ବାର୍ଟର୍‌ ଫାଇନ‌ାଲ୍‌ରେ ତାଇୱାନ୍‌ର ଚେନ୍‌ ନିନ୍‌-ଚିନ୍‌ଙ୍କଠୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ।



from ଖେଳ – Sambad http://bit.ly/2GuyKoI

Post a Comment

0Comments
Post a Comment (0)