ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ତାରିଖ ଘୁଞ୍ଚିଲା

zisanmohammad
0

ନୂଆଦିଲ୍ଲୀ: ସରକାର ଆଜି ମାର୍ଚ ମାସ ପାଇଁ ଜିଏସଟିର ବିକ୍ରି ରିଟର୍ଣ୍ଣ (ଜିଏସଟି-୩ବି) ଦାଖଲର ଶେଷ ତାରିଖକୁ ୩ ଦିନ ଘୁଞ୍ଚାଇଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ ଏପ୍ରିଲ ୨୦ ଥିବାବେଳେ ଏହାକୁ ୨୩ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏଏମଆରଜି ଆଣ୍ଡ ଆସୋସିଏଟସ ପାର୍ଟନର ରଜତ ମୋହନ କହିଛନ୍ତି, ଜିଏସଟିଏନରେ ଦେଖାଦେଉଥିବା ଅସୁବିଧା ଯୋଗୁ ଟିକସ ରିଟର୍ଣ୍ଣ ଦାଖଲ ତାରିଖକୁ ବାରମ୍ବାର ଘୁଞ୍ଚାଇବାକୁ ପଡ଼ୁଛି। ‌ଏତଦବ୍ୟତୀତ ବ୍ୟବସାୟୀମାନେ ମଧ୍ୟ ଶେଷ ଦିନରେ ରିଟର୍ଣ୍ଣ ଦାଖଲ କରିବାର ଅଭ୍ୟାସରେ ପରିବର୍ତନ ଆଣିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଶେଷ ଦିନରେ ଅଧିକ ଲୋକ ରିଟର୍ଣ୍ଣ ଦାଖଲ କରିଲେ ସର୍ଭର ଉପରେ ଚାପ ପଡ଼ୁଛି ବୋଲି ସେ କହିଛନ୍ତି।



from ବାଣିଜ୍ୟ – Sambad http://bit.ly/2VT7A1i

Post a Comment

0Comments
Post a Comment (0)