ଏବର୍ଷର ସର୍ବାଧିକ ସ୍ତରରେ ପେଟ୍ରୋଲ

zisanmohammad
0

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ପେଟ୍ରୋଲ ଦର ଲିଟର ପିଛା ୭୩ ଟଙ୍କାରେ ପହଞ୍ଚିଛି। ଗତ କିଛିଦିନ ହେଲା ପେଟ୍ରୋଲ ଦର ବୃଦ୍ଧି ପାଇବା ଫଳରେ ଦର ଏହି ସ୍ତରରେ ପହଞ୍ଚିଛି। ଏହାଦ୍ବାରା ପେଟ୍ରୋଲ ମୂଲ୍ୟ ଏ ପର୍ଯ୍ୟନ୍ତ ଚଳିତବର୍ଷର ସର୍ବୋଚ୍ଚ ସ୍ତର ମଧ୍ୟ ଛୁଇଁଛି। ଏହା ପୂର୍ବରୁ ୨୦୧୮ ନଭେମ୍ବର ୨୯ରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୩ ଟଙ୍କା ୨୪ ପଇସା ଥିଲା। ଶୁକ୍ରବାର କୋଲକାତାରେ ପେଟ୍ରୋଲ ଦର ୭୫ ଟଙ୍କା ୦୨ ପଇସା ଥିବାବେଳେ ମୁମ୍ବାଇରେ ୭୮ ଟଙ୍କା ୫୭ ପଇସା ଏବଂ ଚେନ୍ନାଇରେ ୭୫ ଟଙ୍କା ୭୭ ପଇସା ରହିଛି। ତେବେ ଏହି ଚାରି ମହାନଗରୀରେ ଡିଜେଲ ଦର ଶୁକ୍ରବାର ସ୍ଥିର ରହିଛି। ଦିଲ୍ଲୀରେ ଏହା ୬୬ ଟଙ୍କା ୩୧ ପଇସା, କୋଲକାତାରେ ୬୯ ଟଙ୍କା ୪୦ ପଇସା, ମୁମ୍ବାଇରେ ୭୦ ଟଙ୍କା ୦୧ ପଇସା ରହିଛି। ଅନ୍ୟପକ୍ଷରେ ଭୁବନେଶ୍ବରରେ ପେଟ୍ରୋଲ ଦର ଶୁକ୍ରମାର ୭୧ ଟଙ୍କା ୯୫ ପଇସାକୁ ବୃଦ୍ଧି ପାଇଛି। ଗୁରୁବାର ତୁଳନାରେ ଶୁକ୍ରବାର ପେଟ୍ରୋଲ ଦର ଲିଟର ପିଛା ୭ ପଇସା ବୃଦ୍ଧି ଘଟିଛି। ତେବେ ଶନିବାର ମଧ୍ୟ ଭୁବନେଶ୍ବରରେ ପେଟ୍ରୋଲ ଦର ଅପରିବର୍ତିତ ରହିଥିବାବେଳେ ଡିଜେଲ ଦର ଲିଟର ପିଛା ୯ ପଇସା ବୃଦ୍ଧି ଘଟି ୭୧ ଟଙ୍କା ୧୫ ପଇସାରେ ପହଞ୍ଚିଛି।



from ବାଣିଜ୍ୟ – Sambad http://bit.ly/2DtuUvo

Post a Comment

0Comments
Post a Comment (0)