ଲୋଟସ୍‌ମିଣ୍ଟ ପକ୍ଷରୁ ନିବେଶକ ସଚେତନତା କାର୍ଯ୍ୟକ୍ରମ

zisanmohammad
0

ଭୁବନେଶ୍ବର: ଲୋଟସମିଣ୍ଟ ୱେଲଥ୍ ପ୍ରା. ଲିଃ. ପକ୍ଷରୁ ଆଜି ହୋଟେଲ ମେ ଫେୟାର ପରିସରରେ ଏକ ଆର୍ଥିକ ନିବେଶକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରୋ କମ୍ପାନିର ନିର୍ଦେଶକ ବିଭୂତି ଭୂଷଣ ଦାସ ସ୍ବାଗତ ଭାଷଣ ଦେବା ସହ ମ୍ୟୁଚୁଆଲ ଫଣ୍ଡରେ ନିବେଶ ସମ୍ପର୍କିତ ଲାଭ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ମିରେ ଆସେଟ୍ ମ୍ୟୁଚୁଆଲ ଫଣ୍ଡ କମ୍ପାନିର ସିଇଓ ତଥା ଏମଡି ସ୍ବରୂପ ମହାନ୍ତି ଯୋଗଦେଇ ଭାରତୀୟ ପୁଞ୍ଜି ବଜାରର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଲୋଟସମିଣ୍ଟର ଅନ୍ୟତମ ନିର୍ଦେଶକ ମୁକେଶ ଅଗ୍ରୱାଲ ଯୋଗଦେଇ ବିଭିନ୍ନ ପ୍ରକାର ମୁଚ୍ୟୁଆଲ ଫଣ୍ଡ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପର ଆକାର ଗତ ୫ ବର୍ଷ ମଧ୍ୟରେ ୯୦୦୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୧୫୦୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ସୂଚନା ଦିଆଯାଇଥିଲା। ୨୦୧୩ରେ ଆରମ୍ଭ ହୋଇଥିବା ଲୋଟସମିଣ୍ଟ ୱେଲଥ ପ୍ରାଇଭେଟ ଲିମିଟେଡକୁ ୨୦ ବର୍ଷରୁ ଊର୍ଧ୍ବ ଅଭିଜ୍ଞତା ଥିବା ବ୍ୟକ୍ତିମାନେ ପରିଚାଳନା କରୁଛନ୍ତି।



from ବାଣିଜ୍ୟ – Sambad http://bit.ly/2VVT9ta

Post a Comment

0Comments
Post a Comment (0)