ସବୁ ଶନିବାର ବ୍ୟାଙ୍କ ଛୁଟି ଖବରକୁ ରିଜର୍ଭ ବ୍ୟାଙ୍କର ଖଣ୍ଡନ

zisanmohammad
0

ମୁମ୍ବାଇ: ସବୁ ଶନିବାର ବ୍ୟାଙ୍କ ଛୁଟି ବୋଲି କେତେକ ଗଣମାଧ୍ୟମରେ ଯେଉଁ ଖବର ପ୍ରକାଶ ପାଇଛି ତାହାକୁ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରିଛି। ‌କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାଳୟ ଗୁଡ଼ିକ ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଛୁଟି ରହୁଛି। ତେଣୁ ଏହି କାର୍ଯ୍ୟାଳୟ ଗୁଡ଼ିକ ସପ୍ତାହରେ ୫ ଦିନ ବ୍ୟାଙ୍କ ଖୋଲା ରହୁଛି। ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏଭଳି ସପ୍ତାହରେ ୫ ଦିନ ଖୋଲା ରହିବା ନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଦେଶନାମା ଦିଆଯାଇଛି ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରିଛି। ସେଭଳି ନିର୍ଦେଶନାମା ଦିଆଯାଇନାହିଁ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।



from ବାଣିଜ୍ୟ – Sambad http://bit.ly/2DB4urJ

Post a Comment

0Comments
Post a Comment (0)