ୟାମୀ ଗୌତମ ଖିମ୍‌ଜୀ ଜୁଏଲର୍ସର ବ୍ରାଣ୍ଡ୍ ଆମ୍ବାସଡର

zisanmohammad
0

ଭୁବନେଶ୍ବର: ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଓଡ଼ିଶାର ଖିମ୍‌ଜୀ ଜୁଏଲର୍ସ ନିଜର ବ୍ରାଣ୍ଡ୍‌ ଆମ୍ବାସଡ଼ର ଭାବେ ନିଯୁକ୍ତ କରିଛି। ନୂଆ କରି ଆରମ୍ଭ ହୋଇଥିବା ବିବାହ ଗହଣାର କ୍ୟାମ୍ପେନ ‘ଦି ପରଫେକ୍ଟ ମ୍ୟାଚ୍ କଲେକସନ୍’ ରେ ୟାମୀଙ୍କୁ ଦେଖିବାକୁ ମିଳିବ। ଖିମ୍‌ଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମ୍‌ଜୀ ଏହି ପରିପ୍ରେକ୍ଷୀରେ କୁହନ୍ତି, ‘ବ୍ରାଣ୍ଡ୍‌ର ସବୁଠାରୁ ଉନ୍ନତ କଲେକ୍ସନକୁ ପ୍ରଦର୍ଶନ କରିବା ପାଇଁ ୟାମୀ ଗୌତମଙ୍କ ପରି ଏକ ୟୁଥ୍ ଆଇକନକୁ ଆମେ ଆମ୍ବାସଡ଼ର କରିଛୁ। ସେହିଭଳି ୟାମୀ କୁହନ୍ତି, ୮୨ ବର୍ଷର ଲିଗାସି ରଖିଥିବା ଖିମ୍‌ଜୀ ପରି ଏକ ବ୍ରାଣ୍ଡ୍‌ ସହ ଯୋଡ଼ି ହୋଇ ମୁଁ ଅତ୍ୟନ୍ତ ଗର୍ବିତ। ଖିମ୍‌ଜୀର ଅତ୍ୟାଧୁନିକ ପ୍ରଗତିଶୀଳ ଦୃଷ୍ଟିକୋଣ ଏହାର ଗହଣାଗୁଡ଼ିକରେ ତଥା ବାର୍ତାରେ ପରିଲକ୍ଷିତ ହୋଇଛି ବୋଲି ସେ କୁହନ୍ତି। ଆଗାମୀ କିଛି ମାସରେ ସମଗ୍ର ଓଡ଼ିଶାରେ ହେବାକୁ ଥିବା ଏହି ବିବାହ ଋତୁର କ୍ୟାମ୍ପେନ୍‌ରେ ୟାମୀ ବଧୂ ବେଶରେ ଦେଖାଯିବେ।



from ବାଣିଜ୍ୟ – Sambad http://bit.ly/2VSQh0a

Post a Comment

0Comments
Post a Comment (0)