୩୫୦ ଗ୍ରାମ୍‌ ସୁନା ସହ ଲ୍ୟାପ୍‌ଟପ୍‌ ଜବତ, ଟ୍ରାଭେଲ୍‌ ଏଜେଣ୍ଟ ଗିରଫ

zisanmohammad
0

ଭୁବନେଶ୍ୱର : ନୂଆପଲ୍ଲୀ ବେହେରା ସାହିର ଜଣେ ଯନ୍ତ୍ରୀଙ୍କ ଘରୁ ସିନ୍ଧି ଚୋରି ମାମଲାରେ ସ୍ପେସାଲ ସ୍କ୍ବାଡ୍‌ ଓ ନୂଆପଲ୍ଲୀ ଥାନା ପୁଲିସ ରୂପେଶ ପ୍ରଧାନ ନାମକ ଜଣେ ଟ୍ରାଭେଲ୍‌ ଏଜେଣ୍ଟକୁ ଗିରଫ କରିଛି। ତା’ଠାରୁ ୩୫୦ଗ୍ରାମ୍‌ ଓଜନର ସୁନା, ଏକ ଲ୍ୟାପ୍‌ଟପ୍‌ ଓ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି। ରୂପେଶର ନୂଆପଲ୍ଲୀ ଏନ୍‌-୨/୭୩ରେ ରୁହେ। ତା’ ଘର ଭଦ୍ରକ ଟାଉନ୍‌ ଥାନା କୁଆଁସରରେ। ଆଜି ଅପରାହ୍‌ଣରେ ତାକୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ତା’ ଭିଣୋଇ ଲକ୍ଷ୍ମୀଧର ମହାକୁଡ଼ ଫେରାର୍‌ ଅଛି। ତାକୁ ଗିରଫ କରିବାକୁ ଉଦ୍ୟମ ଚାଲିଛି ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି।

ମୟୂରଭଞ୍ଜର କରଞ୍ଜିଆରେ ନିର୍ବାହୀ ଯନ୍ତ୍ରୀ ଭାବେ କାମ କରୁଥିବା ଇଂ ଅପୂର୍ବ ପାତ୍ରଙ୍କ ପରିବାର ନୂଆପଲ୍ଲୀ ବେହେରା ସାହି ପ୍ଲଟ ନମ୍ବର ୨୯୨-କ୍ୟୁରେ ରୁହନ୍ତି। ରୂପେଶ ଟ୍ରାଭେଲ୍‌ ଏଜେଣ୍ଟ ହୋଇଥିବାରୁ ବିଭିନ୍ନ ସମୟରେ ପରିବାରବର୍ଗଙ୍କୁ କାର୍‌ ଭଡ଼ା ସୂତ୍ରରେ ଦେଉଥିଲା। ତେଣୁ ବିଭିନ୍ନ ସମୟରେ ସେ ଅପୂର୍ବଙ୍କ ଘରକୁ ଯିବା ଆସିବା କରୁଥିଲା। ଏହାର ସୁଯୋଗ ନେଇ ସେ ଘରର ଚାବିକୁ ନକଲ କରିନେଇଥିଲା। ଗତ ୧୯ ତାରିଖ ଦିନ ଅପୂର୍ବଙ୍କ ପରିବାର କୌଣସି କାମରେ ବ୍ରହ୍ମପୁର ଯାଇଥିଲେ। ଏହାର ସୁଯୋଗ ନେଇ ସେ ନକଲ ଚାବିରେ ଘର ଖୋଲି ସବୁ ସୁନା ଗହଣା ସହ ନଗଦ ଟଙ୍କା ନେଇ ଗାଁକୁ ପଳାଇଥିଲା। ୩୫୦ ଗ୍ରାମ୍‌ ଗହଣାରୁ ଏକ ହାର(୧୩.୭୨୮ଗ୍ରା)କୁ ଭିଣୋଇ ସହ‌ାୟତାରେ ମଣିପୁରମ୍‌ ଫାଇନାନ୍ସ ଲିମିଟେଡ୍‌ରେ ବନ୍ଧା ପକାଇଥିବା ବେଳେ ଅନ୍ୟ ସୁନାକୁ ତରଳାଇ ଗୋଲ୍ଡ କ୍ୟାସ୍‌ ଲିମିଟେଡ୍‌ରେ ବନ୍ଧକ ରଖିଥିଲା। ଏ ସବୁ ଜବତ କରାଯିବା ସହ କେତେକ ବନ୍ଧକ କାଗଜପତ୍ର ମଧ୍ୟ ଜବତ କରାଯାଇଛି।

ଅପୂର୍ବଙ୍କ ପରିବାର ୨୪ ତାରିଖ ଦିନ ଘରକୁ ଫେରି ଘରୁ ଚୋରି ହୋଇଥିବା ଜାଣିବା ପରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ। ରୂପେଶ ଉପରେ ସନ୍ଦେହ ଥିବାରୁ ପୁଲିସ ତାକୁ ଖୋଜିଥିଲା। ହେଲେ ରୂପେଶ ଫେରାର୍‌ ହୋଇଯାଇଥିବାରୁ ପୁଲିସ୍‌ର ସନ୍ଦେହ ଘନୀଭୂତ ହୋଇଥିଲା। ସେ ତା’ ମୋବାଇଲ ନମ୍ବର ଟ୍ରାକିଂ କରିଥିଲା। ଗତକାଲି ସେ ଭୁବନେଶ୍ବରରେ ଥିବା ସ୍ପେସାଲ ସ୍କ୍ବାଡ୍‌ ଜାଣିପାରିଥିଲା। ବିଳମ୍ବିତ ରାତିରେ ତାକୁ ଗିରଫ କରାଯାଇଥିଲା।



from ଅପରାଧ – Sambad https://ift.tt/31boPx4

Post a Comment

0Comments
Post a Comment (0)