ଏସ୍‌ଟିଏଫ୍‌ ପଞ୍ଝାରେ ଆଉ ଜଣେ ଖଣି ମାଫିଆ, ମଞ୍ଚା ଉପରୁ ନାଲିଆ ଗିରଫ

zisanmohammad
0

ଭୁବନେଶ୍ୱର : ଖୋର୍ଦ୍ଧାରେ ବେଆଇନ ଖାଦାନ କାରବାର କରୁଥିବା ଆଉ ଜଣେ ମାଫିଆକୁ ଏସ୍‌ଟିଏଫ୍‌ ଗିରଫ କରିଛି। ସେ ହେଲା, ଖୋର୍ଦ୍ଧା କୁମାରବସ୍ତ ଉପର ସାହିର ସରୋଜ କାହଳ ସିଂହ ଓରଫ ନାଲିଆ। କୁମାରବସ୍ତ ଗାଁ ନିକଟରେ ଥିବା ଜଙ୍ଗଲରେ ଏକ ବିରାଟ ଗଛରେ ମଞ୍ଚା ବାନ୍ଧି ଦୀର୍ଘ ଦେଢ଼ ମାସ ଧରି ସେ ରହୁଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ୫ଟା ବେଳେ ଏସ୍‌ଟିଏଫ୍‌ ଇନ୍‌ସ୍‌ପେକ୍ଟର ଆଲୋକ ଜେନାଙ୍କ ନେତୃତ୍ବରେ ୧୦ଜଣିଆ ଏକ ଦଳ ତାକୁ ମଞ୍ଚା ଉପରୁ ଗିରଫ କରିଛନ୍ତି। ଚଢ଼ଉ ବେଳେ ଜଙ୍ଗଲରେ ଥିବା କେତେକ ସହଯୋଗୀ ଫେରାର୍‌ ହୋଇଯାଇଛନ୍ତି। ନାଲିଆ ନାମରେ ଖୋର୍ଦ୍ଧା ଟାଉନ୍‌ ଓ ସଦର ଥାନାରେ ଏକାଧିକ ସଂଗିନ୍‌ ମାମଲା ରହିଛି। ଏକଦା ଛୋଟାର ଅନ୍ୟତମ ପ୍ରମୁଖ ସହଯୋଗୀ ଭାବେ ଏହି ବେଆଇନ ବେପାର ଆରମ୍ଭ କରିଥିଲେ ମଧ୍ୟ ପରେ ନିଜର ଏକ ସାମ୍ରାଜ୍ୟ ଗଢ଼ି ପାଖାପାଖି ୧୦ଜଣ ଏକାନ୍ତ ସହଯୋଗୀଙ୍କୁ ଏଥି‌ରେ ସାମିଲ କରିଥିଲା। ଛୋଟା ସହମତିରେ ବେପାର ଚାଲୁଥିବାରୁ ମୁହାଁମୁହିଁ ପରିସ୍ଥିତି ସୃ‌ଷ୍ଟି ହୋଇନଥିଲା ବୋଲି ଏସ୍‌ଟିଏଫ ନାଲିଆଠାରୁ ସୁରାକ୍‌ ପାଇଛି।

ଏସ୍‌ଟିଏଫ୍ ଜାଲ ବିଛାଇଥିବାରୁ ନାଲିଆ ପକ୍ଷରେ ରାଜ୍ୟ ବାହାରକୁ ଯିବା ସମ୍ଭବ ନଥିଲା। ଏଣୁ ନାଲିଆ ଆତ୍ମଗୋପନ କରିବା ପାଇଁ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଗଛ ଉପରେ ମଞ୍ଚା ତିଆରି କରିଥିଲା। ମଞ୍ଚା ଉପରକୁ ଯିବାପାଇଁ ଏକ ଷ୍ଟିଲ୍‌ ଶିଡ଼ି ସହ ମଞ୍ଚା ଉପରେ ବାଉଁଶକୁ ୪ଟି ଗଛରେ ମଜଭୁତ କରି ବନ୍ଧା ଯାଇଥିଲା। ସେଥିରେ କାଠପଟା ପଡ଼ି ଚଟାଣ ତିଆରି କରାଯାଇଥିଲା। ପଟାରେ କାନ୍ଥ ହେବା ସହ ଜଣା ନ ପଡ଼ିବା ପାଇଁ କାନ୍ଥର ବାହାରପଟେ ଗଛଡାଳ ଦିଆଯାଇଥିଲା। ବାଲ୍‌ଟିରେ ଦଉଡ଼ି ବାନ୍ଧି ଖାଦ୍ୟ ଉପରକୁ ଯାଉଥିଲା। ନିର୍ଦ୍ଦିଷ୍ଟ ସମୟରେ ତଳକୁ ଓହ୍ଲାଇ ଅତ୍ୟନ୍ତ ଜରୁରୀ କାମ ସାରି ସେ ପୁଣି ଗଛ ଉପରେ ଚଢ଼ି ଯାଉଥିଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏଭଳି ଢଙ୍ଗରେ କିଏ ରହିପାରିବ ବୋଲି ବିଶ୍ବାସ କରାଯାଉନଥିଲା।



from ଅପରାଧ – Sambad https://ift.tt/2LVBws6

Post a Comment

0Comments
Post a Comment (0)