ଧଉଳି ଏକ୍ସପ୍ରେସ୍‌ରେ ଧୂଆଁ; ସୋର ଷ୍ଟେସନରେ ଘଣ୍ଟାଏ ଅଟକିଲା

zisanmohammad
0

ସୋର : ଯାନ୍ତ୍ରିକ ତ୍ରୁଟି ପାଇଁ ଦକ୍ଷିଣପୂର୍ବ ରେଳପଥର ସୋର ଷ୍ଟେସନରେ ପ୍ରାୟ ୧ ଘଣ୍ଟା ଧରି ଅଟକି ରହିଥିଲା ଧଉଳି ଏକ୍ସପ୍ରେସ। ଅପରାହ୍ନରେ ପୁରୀରୁ ହାୱାଡା ଯାଉଥିବା ଧଉଳି ଏକ୍ସପ୍ରେସ ସୋର ଷ୍ଟେସନରେ ପହଞ୍ଚିବା ବେଳକୁ ବଗି ନଂ ଡି-୧ର ଏକ ବ୍ୟାଟେରି ବକ୍ସରୁ ଧୂଆଁ ବାହାରିବା ସହ ବ୍ରେକ୍ ଜାମ୍ ହୋଇ ଯାଇଥିଲା। ତେବେ ବିଭାଗୀୟ ଟେକ୍ନିସିଆନ ଆବଶ୍ୟକୀୟ ମରାମତି କରିବା ପରେ ଟ୍ରେନ୍‌ଟି ଘଣ୍ଟାଏ ପରେ ବାଲେଶ୍ବର ଅଭିମୁଖେ ଛାଡ଼ିଥିଲା। ଟ୍ରେନଟି ସୋର ଷ୍ଟେସନରେ ଦୀର୍ଘ ସମୟ ଅଟକି ରହିବା ଫଳରେ ଡାଉନ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା। ଭଦ୍ରକ ଖଡଗପୁର ମେମୋ ଓ ପୁରୀ ସାନ୍ତରାଗାଛି ପାସେଞ୍ଜର ସହିତ ଅନ୍ୟ ଏକ୍ସପ୍ରେସ ଟ୍ରେନ ବିଳମ୍ବରେ ଯିବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ।



from ଜିଲ୍ଲା – Sambad https://ift.tt/2H0JAUl

Post a Comment

0Comments
Post a Comment (0)