ଖଟିଆରେ ବୁହା ହେଲେ ଗର୍ଭବତୀ, ଜଙ୍ଗଲ ରାସ୍ତାରେ ଶିଶୁ କନ୍ୟା ଜନ୍ମ

zisanmohammad
0

ଦାରିଙ୍ଗବାଡ଼ି : ୪ କିଲୋମିଟର ଖଟିଆରେ ବୁହା ହେବା ପରେ ଜଙ୍ଗଲ ରାସ୍ତାରେ ଶିଶୁ କନ୍ୟା ପ୍ରସବ କଲେ ଗର୍ଭବତୀ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାଜୁଙ୍ଗି ପଂଚାୟତ ଅନ୍ତର୍ଗତ ଡୁବୁରୀ ଗ୍ରାମରୁ ଏଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଉକ୍ତ ଗ୍ରାମର ନିକଦମ ମାଝୀଙ୍କ ସ୍ତ୍ରୀ ମୀଖାନ୍ତିଙ୍କ ଆଜି ସନ୍ଧ୍ୟାରେ ପ୍ରସବ ବେଦନ ଆରମ୍ଭ ହୋଇଥିଲା। ଏହାପରେ ତାଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନା ନେବାପାଇଁ ଖଟିଆ କରାଯାଇଥିଲା। ପ୍ରାୟ ୪ କିଲୋମିଟର ପାହାଡ଼ିଆ ରାସ୍ତାରେ ନିଆଯାଇଥିଲା। ରାସ୍ତାରେ ମୀଖାନ୍ତିଙ୍କ ପ୍ରସବ ବେଦନା ଅସହ୍ୟ ହେବା ପରେ ଜଙ୍ଗଲ ରାସ୍ତାରେ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପୁଣି ଖଟିଆରେ ନବଜାତ ଓ ପ୍ରସୂତିଙ୍କୁ ପାଖ ଗ୍ରାମ ସିକବାଡ଼ିରେ ପହଞ୍ଚାଯିବା ପରେ ସେଠାରୁ ରାତି ପ୍ରାୟ ୮ଟାରେ ଆମ୍ବୁଲାନ୍ସରେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।



from ଜିଲ୍ଲା – Sambad https://ift.tt/2Mclzhw

Post a Comment

0Comments
Post a Comment (0)