ଝାରସୁଗୁଡ଼ାରେ ଓହ୍ଲାଇ ପାରିଲାନି ବିମାନ

zisanmohammad
0

ଝାରସୁଗୁଡ଼ା : ଭୁବନେଶ୍ବରରୁ ଝାରସୁଗୁଡ଼ା ଆସୁଥିବା ଏଲାୟନ୍ସ ଏୟାର ବିମାନ ଆଜି ପାଗ ଖରାପ ଯୋଗୁଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ନପାରି ପୁଣି ଭୁବନେଶ୍ବର ଫେରିଯାଇଥିବା ଜଣାପଡ଼ିଛି। ଖରାପ ପାଗ ବିମାନ ଅବତରଣରେ ବାଧକ ହେଉଥିବାରୁ ବାରମ୍ବାର ବିମାନ ବାତିଲ ହେଉଛି। ଏ ନେଇ ଯାତ୍ରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି। ବିମାନ ବନ୍ଦରରେ ନିକଟରେ ଡିଭିଓଆର୍‌ ସ୍ଥାପନ କରାଯାଇଛି। ଏହି ଯନ୍ତ୍ର ସ୍ଥାପନ ହେବା ଦ୍ବାରା ପାଗ ଖରାପ ସମୟରେ ଭିଜିବିଲିଟିରେ ଉନ୍ନତି ହେବ ବୋଲି କୁହାଯାଉଛି। ତା’ସତ୍ତ୍ବେ ବି ଖରାପ ପାଗ ଯୋଗୁ ବିମାନ ଅବତରଣ କରିପାରୁନି। ଫଳରେ, ଝାରସୁଗୁଡ଼ା ବିମାନ ବନ୍ଦରରେ ବିମାନ ସେବାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ସାଂସଦ ସୁରେଶ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହି ସମସ୍ୟା ଖୁବ୍‌ଶୀଘ୍ର ଦୂର ହେବ ବୋଲି କହିଛନ୍ତି।



from ଜିଲ୍ଲା – Sambad https://ift.tt/2YXrp8f

Post a Comment

0Comments
Post a Comment (0)