ଘଟଣାକ୍ରମ

zisanmohammad
0

ଜୁଲାଇ ୨୭, ୨୦୧୯ : କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ଅତିରିକ୍ତ ୧୦ ହଜାର ଅର୍ଦ୍ଧସାମରିକ ଯବାନଙ୍କୁ ପଠାଇଲେ।
ଜୁଲାଇ ୨୮: ଧାରା ୩୭୦ ଉଚ୍ଛେଦ ନେଇ କଶ୍ମୀରରେ ବିଭିନ୍ନ ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଥିଲେ।
ଜୁଲାଇ ୩୦: ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ କୌଣସି ଗୁଜବରେ ବିଶ୍ବାସ ନ କରିବାପାଇଁ ଜମ୍ମୁ କଶ୍ମୀର ବାସିନ୍ଦାଙ୍କୁ ଅନୁରୋଧ କରିଥିଲେ।
ଜୁଲାଇ ୩୧: ମେହବୁବା ମୁଫ୍‌ତି ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଧାରା ୩୭୦ ନେଇ ଏକ ସଚେତନତା ଅଭିଯାନ ଆରମ୍ଭ କରିଥିଲେ।
ଅଗଷ୍ଟ ୧: ଅତିରିକ୍ତ ୨୮ ହଜାର ଯବାନ କଶ୍ମୀର ଗଲେ। ପ୍ରଧାନମନ୍ତ୍ରୀଙ୍କୁ ନେସ୍‌ନାଲ କନ୍‌ଫରେନ୍ସ ପ୍ରତିନିଧି ଦଳ ଭେଟିଲେ।
ଅଗଷ୍ଟ ୨: ଅମରନାଥ ଯାତ୍ରା ପଥରୁ ପାକିସ୍ତାନ ନିର୍ମିତ ଲ୍ୟାଣ୍ଡ୍‌ ମାଇନ୍‌ ଉଦ୍ଧାର ଏବଂ ପାକ୍‌ ସେନା ବ୍ୟବହାର କରୁଥିବା ସ୍ନାଇପର ରାଇଫଲ୍‌ ମିଳିଲା।
ଯାତ୍ରା ବାତିଲ ଘୋଷଣା। ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ଛାତ୍ରଛାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟରେ କଶ୍ମୀର ଛାଡ଼ି ଯିବାକୁ ସରକାରଙ୍କ ନିର୍ଦ୍ଦେଶନାମା ଜାରି।
ଅଗଷ୍ଟ ୩: ପିଡିପି ଏବଂ ଏନ୍‌ସି ପ୍ରତିନିଧି ଦଳ ରାଜ୍ୟ ସ୍ଥିତି ନେଇ ରାଜ୍ୟପାଳଙ୍କୁ ଭେଟିଲେ। ପର୍ଯ୍ୟଟକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କଲେ। ପାକିସ୍ତାନ ସେନା ଦ୍ବାରା ବଡ଼ ଅନୁପ୍ରବେଶ ଉଦ୍ୟମକୁ ଭାରତ ପଣ୍ଡ କଲା ଏବଂ ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍‌ର ୭ ଜଣଙ୍କୁ ସେନା ନିପାତ କଲା।
ଅଗଷ୍ଟ ୪: ଇଣ୍ଟରନେଟ୍‌ ମୋବାଇଲ ସେବା ବନ୍ଦ, ଶ୍ରୀନଗରରେ ଧାରା ୧୪୪ ଜାରି। ଓମାର ଅବଦୁଲ୍ଲା, ମେହବୁବା ମୁଫ୍‌ତି ସମେତ ଅନେକ ନେତା ଗୃହବନ୍ଦୀ।
ଅଗଷ୍ଟ ୫: ଧାରା ୩୭୦କୁ ଉଚ୍ଛେଦ କଲେ ମୋଦୀ ସରକାର। ଜମ୍ମୁ କଶ୍ମୀରରୁ ଲଦାଖ୍‌ ଅଲଗା ହେଲା। ଜମ୍ମୁ କଶ୍ମୀର ଏବଂ ଲଦାଖ ପୃଥକ୍‌ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା ହେଲା।



from ଦେଶ- ବିଦେଶ – Sambad https://ift.tt/2GP3UYP

Post a Comment

0Comments
Post a Comment (0)