ଏକ ଦେଶ-ଏକ ପତାକା-ଏକ ସମ୍ବିଧାନ

zisanmohammad
0

ନୂଆଦିଲ୍ଲୀ : ବିଜେପି ନେତୃତ୍ବାଧୀନ ମୋଦୀ ସରକାର ଆଜି ଧାରା ୩୭୦ରୁ ସମସ୍ତ ପ୍ରାବଧାନକୁ ଅଚଳ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ବପ୍ନକୁ ସାକାର କରିଛି। ଶ୍ୟାମା ପ୍ରସାଦ ପ୍ରଥମେ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ। ପରେ ଏହା ବିଜେପିରେ ପରିଣତ ହେଲା। ତେବେ ଜନସଂଘ ସମୟରୁ ହିଁ ଧାରା ୩୭୦କୁ ତୀବ୍ର ବିରୋଧ କରାଯାଉଥିଲା। ସ୍ବାଧୀନ ଭାରତରେ କଂଗ୍ରେସର ଜଣେ କଡ଼ା ସମାଲୋଚକ ଥିବା ଶ୍ୟାମା ପ୍ରସାଦ ଧାରା ୩୭୦ ଏବଂ କଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ମାନ୍ୟତାକୁ ବିରୋଧ କରିଥିଲେ। ରାଷ୍ଟ୍ରପତିଙ୍କ ‌କ୍ଷମତା କ୍ଷେତ୍ରରୁ କାହିଁକି ଜମ୍ମୁ କଶ୍ମୀରକୁ ବାଦ୍‌ ଦିଆଯିବ ଏବଂ ଜମ୍ମୁ କଶ୍ମୀରକୁ ପ୍ରବେଶ ପାଇଁ କାହିଁକି ସ୍ବତନ୍ତ୍ର ଅନୁମତି ନେବାକୁ ପଡ଼ିବ ବୋଲି ସେ ପ୍ରଶ୍ନ କରିଥିଲେ। ମୋଦୀ ସରକାରଙ୍କ ‘କଶ୍ମୀର ପ୍ଲାନ୍‌ ‘ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ସେ କହିଥିଲେ ଏକ୍‌ ଦେଶ୍‌ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର ଦୋ ନିଶାନ ନେହିଁ ଚଲେଙ୍ଗେ। ଅର୍ଥାତ୍‌ ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇଟି ପ୍ରଧାନମନ୍ତ୍ରୀ ଏବଂ ଦୁଇଟି ପତାକା ରହିପାରିବନି।

ଧାରା ୩୭୦ ସମ୍ବିଧାନରେ ଅନ୍ତର୍ଭୁକ୍ତ ହେବାବେଳେ ସେ ସମୟରେ ପଣ୍ଡିତ ଜବାହରଲାଲ୍‌ ନେହରୁଙ୍କ ବିଶ୍ବସ୍ତ ଗୋପାଳସ୍ବାମୀ ଆୟଙ୍ଗର ଏନେଇ ବିସ୍ତୃତ ଭାବେ ବୁଝାଇ ଦେଇଥିଲେ। ଭାରତ ଜମ୍ମୁ-କଶ୍ମୀର ନେଇ ପାକିସ୍ତାନ ସହ ଯୁଦ୍ଧ ଲଢ଼ିଛି। ଏଥିନେଇ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଛି ଏବଂ ପରିସ୍ଥିତି ଅସ୍ବାଭାବିକ ରହିଛି। ରାଜ୍ୟର କିଛି ଅଂଶ ଶତ୍ରୁଦେଶର ହାତରେ ଅଛି। ତେଣୁ ବିନା ଅନୁମତିରେ କଶ୍ମୀର ପ୍ରବେଶ କରିହେବ ନାହିଁ ବୋଲି ସେ କହିଥିଲେ। କିନ୍ତୁ ଏହି ନିର୍ଦ୍ଦେଶକୁ ବିରୋଧ କରି ଶ୍ୟାମା ପ୍ରସାଦ ବିନା ଅନୁମତିରେ ଅଟଳ ବିହାରୀ ବାଜପେୟୀଙ୍କ ସହ ମିଶି ୧୧ ମେ’ ୧୯୫୩ରେ ଜମ୍ମୁ କଶ୍ମୀର ଯାଇଥିଲେ। କିନ୍ତୁ ଜମ୍ମୁ କଶ୍ମୀର ପୁଲିସ ଦ୍ବାରା ମୁଖାର୍ଜୀ ସେଠାରେ ଗିରଫ ହୋଇଥିଲେ ଏବଂ ପରେ ଜୁନ୍‌ ୨୩, ୧୯୫୩ରେ ତାଙ୍କର ହାଜତ ମୃତ୍ୟୁ ହୋଇଥିଲା। ମୁଖାର୍ଜୀଙ୍କ ମୃତ୍ୟୁ ପରେ ଜମ୍ମୁ କଶ୍ମୀରକୁ ପ୍ରବେଶ ନେଇ ଥିବା ଅନୁମତି ବ୍ୟବସ୍ଥା ଉଠି ଯାଇଥିଲା।



from ଦେଶ- ବିଦେଶ – Sambad https://ift.tt/2GNaLlC

Post a Comment

0Comments
Post a Comment (0)