ସେନା ନିୟନ୍ତ୍ରଣରେ କଶ୍ମୀର, ଆଉ ୮ ହଜାର ଯବାନ ମୁତୟନ

zisanmohammad
0

ଶ୍ରୀନଗର : ସମଗ୍ର କଶ୍ମୀର ଏବେ ସେନାର ଅଭେଦ୍ୟ ଦୁର୍ଗ ପାଲଟି ଯାଇଛି। ସମସ୍ତ ଗୁରୁତ୍ବପୂର୍ଣ୍ଣ ଅଂଚଳରେ ସାମରିକ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି। ଧାରା ୩୭୦ ଉଚ୍ଛେଦ ହେବାପରେ ଜମ୍ମୁ ଓ ଶ୍ରୀନଗରର ସମସ୍ତ ସରକାରୀ ପ୍ରତିଷ୍ଠାନକୁ କଡ଼ା ସୁରକ୍ଷା ବଳ‌ୟରେ ରଖାଯାଇଛି। ଦକ୍ଷିଣ କଶ୍ମୀରରେ କର୍ଫ୍ୟୁ ବଳବତ୍ତର ରହିଥିବା ବେଳେ ଆଜି ୮ ହଜାର ଅତିରିକ୍ତ ଯବାନଙ୍କୁ ଭାରତୀୟ ବାୟୁସେନାର ସି-୧୭ ବିମାନରେ କଶ୍ମୀର ପଠାଯାଇଛି। ଏବେ ଜମ୍ମୁ କଶ୍ମୀରରେ ସ୍ଥିତି ମୁକାବିଲା ପାଇଁ ଅତିରିକ୍ତ ୪୬ ହଜାର ଯବାନ ମୁତୟନ ହୋଇଛନ୍ତି। ଧାରା ୩୭୦କୁ ଅଚଳ କରାଯିବା ପରିପ୍ରେକ୍ଷୀରେ ଉତ୍ପନ୍ନ ସ୍ଥିତିର ମୁକାବିଲା ପାଇଁ ସୀମାରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ସ୍ଥଳସେନା ଏବଂ ବାୟୁସେନାକୁ ହାଇଆଲର୍ଟରେ ରଖାଯାଇଛି। ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିବା ବେଳେ ଆଇନ ଶୃଙ୍ଖଳା ସ୍ଥିତି ନେଇ ମିଳିତ ସୁରକ୍ଷା ବାହିନୀ ସ୍ବତନ୍ତ୍ର ରଣନୀତିରେ କାର୍ଯ୍ୟ କରୁଛନ୍ତି। ବିଚ୍ଛିନ୍ନତାବାଦୀମାନଙ୍କ ଦ୍ବାରା ଲୋକଙ୍କୁ ମତାଇବା କାର୍ଯ୍ୟ ସମ୍ଭବ ହେଉନଥିବାରୁ ଆଜି ରାତି ସୁଦ୍ଧା କଶ୍ମୀରରେ କୌଣସି ଅଘଟଣ ଘଟିନାହିଁ।



from ଦେଶ- ବିଦେଶ – Sambad https://ift.tt/2YGMkw3

Post a Comment

0Comments
Post a Comment (0)