ନକ୍ସଲଙ୍କୁ ଘାରିଛି ସୁରକ୍ଷା ଚିନ୍ତା : ମାଓ କମାଣ୍ଡୋଙ୍କୁ ମିଳିବ ପରିଚୟପତ୍ର

zisanmohammad
0

ମାଲକାନଗିରି : ମାଓ ସଂଗଠନକୁ ଘାରିଛି ସୁରକ୍ଷା ଚିନ୍ତା। ସଂଗଠନରେ ଯେମିତି କେହି ପୁଲିସ ଇନଫର୍ମର ପଶିପାରିବେ ନାହିଁ ସେଥିପାଇଁ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏପରିକି ଟପ୍ କ୍ୟାଡର ଏବଂ ସେଣ୍ଟ୍ରାଲ କମିଟି ସଦସ୍ୟଙ୍କ ସୁରକ୍ଷାକୁ ବି ବଢ଼ାଇ ଦିଆଯାଇଛି। ଅନ୍ୟପଟେ କିଛି ବଛାବଛା କ୍ୟାଡର ନକ୍ସଲଙ୍କୁ ନେଇ ଆତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ କରାଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଂଗଠନ ପକ୍ଷରୁ ୨ଶହ କ୍ୟାଡର ନକ୍ସଲଙ୍କୁ ଚୟନ କରାଯାଇଛି। ଏମାନଙ୍କୁ ଫାଇଟର କମାଣ୍ଡୋ ତାଲିମ ଦେବାକୁ ନିଷ୍ପତ୍ତି ନେଇ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ଘଞ୍ଚ ଜଙ୍ଗଲରେ ପ୍ରଶିକ୍ଷଣ ଶିବିର ଚାଲିଥିବାବେଳେ ଅର୍ଧସାମରିକ ବଳକୁ ଯେଉଁଭଳି କମାଣ୍ଡୋ ତାଲିମ ବ୍ୟବସ୍ଥା ରହିଛି ନକ୍ସଲ ବି ଅନୁରୂପ ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ଏହି ତାଲିମ ପ୍ରଦାନ କରିବେ। ଏଥିପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା ବି ମାଓ ସଂଗଠନ କରିଛି। ତାଲିମ ପରେ ସମସ୍ତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହି ପରିଚୟ ପତ୍ରରେ ନକ୍ସଲ କମାଣ୍ଡୋଙ୍କ ସମସ୍ତ ବିବରଣୀ ଲିପିବଦ୍ଧ ହୋଇ ରହିବ। ପରିଚୟ ପତ୍ରର ଗୋଟିଏ ପଟେ ଲାଲ ପତାକା ଏବଂ ଗୋଟିଏ ପଟେ ହିନ୍ଦୀରେ ଲେଖା ବିବରଣୀ ରହିବ। ସମସ୍ତ କମାଣ୍ଡୋ ଏହାକୁ ବ୍ୟବହାର କରିବାକୁ ବାଧ୍ୟ ବୋଲି କୁହାଯାଇଛି।

ଏଥିସହ ସେଣ୍ଟ୍ରାଲ କମିଟିର ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷାର ବ୍ୟବସ୍ଥା କରାଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ପୁଣି ମାଓ କ୍ୟାମ୍ପରେ ବେଶ ପଦଳାଇ ପୁଲିସ ଚଢାଉ କରୁଥିବାବେଳେ ଏହାକୁ କିପରି ରୋକାଯାଇ ପାରିବ ସନେଇ ନିଷ୍ପତ୍ତି ନିଆଯାଇଛି। ପୁଲିସ୍‌କୁ ଟକ୍କର ଦେବାକୁ ହେଲେ ସେଭଳି ତାଲିମ ଏବଂ ସେତିକି ଅସ୍ତ୍ରଶସ୍ତ୍ର ରହିବାକୁ ପଡିବ ବୋଲି ସଂଗଠନ ଆଲୋଚନା କରୁଛି। ସେଣ୍ଟ୍ରାଲ କମିଟିର ବଡ ବଡ ନେତା ୪ଟି ରାଜ୍ୟର ଟପ୍ କ୍ୟାଡର ନକ୍ସଲଙ୍କୁ ନେଇ କରିଥିବା ବୈଠକରେ ଏମିତି ନିଷ୍ପତ୍ତି ନିଆଯାଇଛି। ନକ୍ସଲଙ୍କ ଏମିତି ରଣନୀତିର ପ୍ରତିହତ ନିମନ୍ତେ ପୁଲିସ ବି ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ତେବେ କାହା ଯୋଜନା କାହା ଉପରେ ଭାରୀ ପଡ଼ିବ ତାହା ଦେଖିବାକୁ ବାକି ରହିଲା।



from ଜିଲ୍ଲା – Sambad https://ift.tt/2KrHZcg

Post a Comment

0Comments
Post a Comment (0)