ସୂର୍ଯ୍ୟ ମନ୍ଦିର ଟିକେଟ କାଉଣ୍ଟର୍‌ରେ ଅବ୍ୟବସ୍ଥା : ପର୍ଯ୍ୟଟକଙ୍କୁ ଫେରାଇଦେଲେ

zisanmohammad
0

କୋଣାର୍କ : ସୂର୍ଯ୍ୟ ମନ୍ଦିର ଟିକେଟ କାଉଣ୍ଟର୍‌ରେ ପର୍ଯ୍ୟଟକମାନଙ୍କୁ ଟୋକେନ୍‌ ପ୍ରଦାନ କରିବାରେ ଥିବା ଅବ୍ୟବସ୍ଥା ଆଜି ପୁଣି ପଦାରେ ପଡ଼ିଛି। ମନ୍ଦିର ପ୍ରବେଶ ପାଇଁ ଆବଶ୍ୟକତା ଅନୁଯାୟୀ ଟୋକେନ୍‌ ନ ଥିବାରୁ ଆଜି ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ନ ପାରି ଫେରି ଯାଇଛନ୍ତି।

ଆଜି ରବିବାର ଛୁଟିଦିନ ଅବସରରେ କୋଣାର୍କରେ ପର୍ଯ୍ୟଟକ ସଂଖ୍ୟା ଅଧିକ ରହିଥିଲା। ସକାଳ ୭ଟାରୁ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାତ୍ର ପର୍ଯ୍ୟଟକଙ୍କ ସମାଗମ ଅନୁଯାୟୀ ଟିକେଟ୍‌ କାଉଣ୍ଟରରେ ଆବଶ୍ୟକ ସଂଖ୍ୟକ ଟୋ‌େକନ୍‌ ନ ଥିଲା। ହଜାର ହଜାର ପର୍ଯ୍ୟଟକ ଟିକେଟ କାଉଣ୍ଟର୍‌ ସାମ୍ନାରେ ଲମ୍ବାଧାଡ଼ିରେ ଘଣ୍ଟ‌ାଘଣ୍ଟା ଅପେକ୍ଷା କରିଥିଲେ। ମାତ୍ର ୧୫ ଶହରୁ ୧୭ ଶହ ମଧ୍ୟରେ ଟିକେଟ ଥିବା ଜଣାପଡ଼ିଥିଲା। କିନ୍ତୁ ଏହି ସମୟରେ ତିନି ହଜାରରୁ ଅଧିକ ପର୍ଯ୍ୟଟକ ଟିକେଟ କାଉଣ୍ଟର ସାମ୍ନାରେ ଛିଡ଼ା ହୋଇ ରହିଥିଲେ। ସମୟ ଗଡ଼ିବା ସହିତ ଭିଡ଼ ଆହୁରି ବଢ଼ିଥିଲା। ଫଳରେ ଟିକେଟ କାଉଣ୍ଟର ସାମ୍ନାରେ ଠେଲାପେଲା ସହିତ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ଦାୟିତ୍ବରେ ଥିବା ଏଏସ୍‌ଆଇ ଅଧିକାରୀ ଓ କର୍ମଚାରୀଙ୍କ ଦେଖା ମିଳି ନ ଥିଲା। ଫଳରେ କେତେକ ପର୍ଯ୍ୟଟକ ଏହାର ଦୃଢ଼ ପ୍ରତିବାଦ କରିଥିଲେ। କିନ୍ତୁ କିଛି ସମାଧାନ ହୋଇ ପାରି ନ ଥିଲା। ଶେଷରେ ଟିକେଟ ନପାଇ ପ୍ରାୟ ପାଞ୍ଚ ହଜାର ପର୍ଯ୍ୟଟକ ମନ୍ଦିର ପରିଦର୍ଶନ ନ କରି ଫେରିଯାଇଥିଲେ।

ତେବେ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ଥିବା ଟେକେନ୍‌ଗୁଡ଼ିକର ହେରଫେର କରାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି। ଏଦିଗରେ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେଇ କେନ୍ଦ୍ର ସରକାର ଓ ଏଏସଆଇ ଦୃଷ୍ଟି ଦେବାକୁ ଦାବି ହେଉଛି।



from ଜିଲ୍ଲା – Sambad https://ift.tt/2yUsOSm

Post a Comment

0Comments
Post a Comment (0)