ଏମ୍ଏସ୍‌ଏମ୍‌ଇ ଶିଳ୍ପର ପୁନରୁଦ୍ଧାର ପାଇଁ ଦାବି

zisanmohammad
0

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍‌ଏସ୍‌ଏମ୍‌ଇ)ର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍ (ୟୁସିସିଆଇ) ପକ୍ଷରୁ ଦାବି କରାଯାଇଛି। ବିଭିନ୍ନ ଦାବି ନେଇ ୟୁସିସିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଋଣ ଉପରେ ସୁଧ ହାର କୋହଳ କରିବା, ତିନି ମାସ ପର୍ଯ୍ୟନ୍ତ ଜିଏସ୍‌ଟି ଉପରେ ରିହାତି ପ୍ରଦାନ କରିବା ଏବଂ ଋଣ ଉପରେ ଆଂଶିକ ରିହାତି ପ୍ରଦାନ କରିବା ଏବଂ ସବ୍‌ସିଡି ପ୍ରଦାନ କରିବାକୁ ଦାବି କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଚାରିଟି ଦାବି ଉପସ୍ଥାପନ କରାଯାଇଛି। ମାସକ ପାଇଁ ବିଦ୍ୟୁତ ବିଲ୍ ଉଚ୍ଛେଦ କରିବା, ବିଦ୍ୟୁତ ଶୁଳ୍କକୁ ଅତି କମରେ ତିନି ମାସ ପର୍ଯ୍ୟନ୍ତ ଉଚ୍ଛେଦ କରିବା, ଏମ୍ଏସ୍‌ଏମ୍‌ଇ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ପାଇଁ ସବ୍‌ସିଡି ପ୍ରଦାନ କରିବା ଓ ଋଣ ଉପରେ ସୁବିଧା ପ୍ରଦାନ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୟୁସିସିଆଇ ପକ୍ଷରୁ ଦାବି କରାଯାଇଛି। ଋଣ ଉପରେ ସୁଧକୁ ଅତି କମରେ ତିନି ମାସ ପର୍ଯ୍ୟନ୍ତ ଉଚ୍ଛେଦ କରିବା ଏବଂ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ଗୁଡ଼ିକର ପନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆବଶ୍ୟକ ପାଣ୍ଠି ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି।



from ବାଣିଜ୍ୟ – Sambad http://bit.ly/2wanqZU

Post a Comment

0Comments
Post a Comment (0)