ଶକ୍ତିକାନ୍ତଙ୍କ ଦସ୍ତଖତ ଥିବା ୧୦ ଟଙ୍କିଆ ନୋଟ୍ ଆସିବ

zisanmohammad
0

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ଥିବା ନୂଆ ୧୦ ଟଙ୍କିଆ ନୋଟ୍ ଖୁବ୍‌ଶୀଘ୍ର ବଜାରକୁ ଆସିବ। ଏବିଷୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି। ଏହି ନୋଟ୍‌ର ଡିଜାଇନ୍ ମହାତ୍ମା ଗାନ୍ଧୀ (ନୂଆ) ସିରିଜ୍‌ର ନୋଟ୍‌ ଅନୁରୂପ ରହିବ। ପୂର୍ବରୁ ଯେତେ ସବୁ ୧୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଛି ତାହା ପୂର୍ବଭଳି ଗ୍ରହଣୀୟ ହେବ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛି। ଚଳିତ ବର୍ଷ ଏପ୍ରିଲ୍‌ରେ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା ଯେ, ଶକ୍ତିକାନ୍ତଙ୍କ ଦସ୍ତଖତ ଥିବା ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ବଜାରକୁ ଆସିବ। ଶକ୍ତିକାନ୍ତ ଦସ୍ତଖତ ଥିବା ୨୦ ଟଙ୍କିଆ ନୋଟ୍‌ ବିଷୟରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା।



from ବାଣିଜ୍ୟ – Sambad http://bit.ly/2QdNa0M

Post a Comment

0Comments
Post a Comment (0)