ଭୂତଳ ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରିବେ ଆଇଆଇଟି ଓ ଆଇଆଇଏମ୍ ବିଶେଷଜ୍ଞ ଦଳ

zisanmohammad
0

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ଦ୍ରୁତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଏହାର ସଂରକ୍ଷଣ ପାଇଁ ଆଇଆଇଟି ଦିଲ୍ଲୀ ଓ ରୁର୍‌କୀ ଏବଂ ଆଇଆଇଏମ୍ ଅହମ୍ମଦାବାଦ୍‌ର ବିଶେଷଜ୍ଞ ମାନେ ନୀତି ପ୍ରସ୍ତୁତ କରିବେ। ନିତି ଆୟୋଗ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବିଶେଷଜ୍ଞମାନେ ସେମାନଙ୍କୁ ସହଯୋଗ କରିବେ। ଜାତୀୟ ଗ୍ରିନ ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ କେନ୍ଦ୍ର ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଭୂତଳ ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ ପାଇଁ ବିଶେଷଜ୍ଞ କମିଟି ଗଠନ କରିଛି। ଭୂତଳ ଜଳ ନୀତି ପ୍ରସ୍ତୁତ କରାଯାଇ ଆସନ୍ତା ଜୁନ୍‌ ୩୦ ସୁଦ୍ଧା ଜାତୀୟ ଗ୍ରିନ ଟ୍ରିବ୍ୟୁନାଲଙ୍କ ନିକଟରେ ଉପସ୍ଥାପନ କରାଯିବ। ଯଦି ଜୁନ୍ ୩୦ ସୁଦ୍ଧା ଭୂତଳ ଜଳ ସଂରକ୍ଷଣ ନୀତି ପ୍ରସ୍ତୁତ କରାଯାଇ ପାରିବ ନାହିଁ ତାହେଲେ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରା‌ଳୟର ଯୁଗ୍ମ ସଚିବଙ୍କୁ ଟ୍ରିବ୍ୟୁନାଲରେ ଉପସ୍ଥିତ ରହି ସ୍ପଷ୍ଟୀକରଣ ଦେବାକୁ ପଡ଼ିବ ବୋଲି ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ନୀତି ଆୟୋଗଙ୍କ ଏକ ରିପୋର୍ଟ ଅନୁସାରେ ଦେଶର ୫୪ ପ୍ରତିଶତ ଅଂଚଳରେ ଭୂତଳ ଜଳ ସ୍ତର ହ୍ରାସ ପାଉଛି ଏବଂ ଅନେକ ରାଜ୍ୟ ଭୂତଳ ଜଳ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଭିତ୍ତିଭୂମି ପ୍ରତିଷ୍ଠା କରିନାହାନ୍ତି।



from ଦେଶ- ବିଦେଶ – Sambad http://bit.ly/2WcWBDd

Post a Comment

0Comments
Post a Comment (0)