ଫନି ବାତ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ଓଡ଼ିଶା ଫୋରମ୍‌ର ତତ୍ପରତା

zisanmohammad
0

ନୂଆଦିଲ୍ଲୀ : ଫନି ବାତ୍ୟା ପ୍ରଭାବିତଙ୍କୁ ସହାୟତା ପାଇଁ ଦିଲ୍ଲୀର ପ୍ରତିଷ୍ଠିତ ସଂସ୍ଥା ଓଡ଼ିଶା ଫୋରମ୍ ଦ୍ବାରା ତତ୍ପରତା ପ୍ରକାଶ ପାଇଛି। ଫୋରମ୍ ଦ୍ବାରା ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଭୁବନେଶ୍ବର ସ୍ଥିତ ସିଵାଇଏସଡି ଏନଜିଓକୁ ପ୍ରଦାନ କରାଯାଇଛି। ସିଵାଇଏସଡିର ବାତ୍ୟା ପ୍ରବଣ ଅଞ୍ଚଳ ମାନଙ୍କରେ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ଯଥେଷ୍ଟ ଅଭିଜ୍ଞତା ଥିବାରୁ ଏହି ଅର୍ଥ ରାଶିକୁ ସେମାନଙ୍କ ଦ୍ବାରା ସେଠାରେ ଖର୍ଚ୍ଚ କରାଯିବ ବୋଲି ଫୋରମ୍ ପକ୍ଷରୁ କୁହାଯାଇଛି। ଆଗକୁ ବାତ୍ୟା ପୀଡ଼ିତ ତଥା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ତ୍ବାରାନ୍ବିତ କରାଯିବ ସେନେଇ ଫୋରମ୍ ଦ୍ବାରା ଅଧିକ ଅର୍ଥରାଶି ସଂଗ୍ରହ କରିବା ନେଇ ପ୍ରୟାସ ଆରମ୍ଭ ହୋଇଛି। ଫୋରମ୍ ଦ୍ବାରା ଆଇସିଆଇସିଆଇ ବ୍ୟାଙ୍କରେ ଓଡ଼ିଶା ଫୋରମ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଫଣ୍ଡ୍ ନାମରେ ଆକାଉଣ୍ଟ ଖୋଲାଯାଇ ପାଣ୍ଠି ଗ୍ରହଣ କରାଯିବ। ସଂଗୃହିତ ଅର୍ଥରାଶିକୁ ରିଲିଫ୍, ପୁନଃନିର୍ମାଣ ଓ ଥଇଥାନ କାର୍ଯ୍ୟ ପାଇଁ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ମାନଙ୍କୁ ପ୍ରଦାନ କରାଯିବ ବୋଲି ଫୋରମ୍ ପକ୍ଷରୁ କୁହାଯାଇଛି। ଆସନ୍ତା କାଲି ଓଡ଼ିଶା ଫୋରମ୍ ପକ୍ଷରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ବାସଭବନରେ ଫନି ବାତ୍ୟା ବିପର୍ଯ୍ୟୟଙ୍କ ସହାୟତା ସକାଶେ ଆଗକୁ ଆଉ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବିଚାର ବିମର୍ଶ କରିବା ପାଇଁ ଏକ ବୈଠକର ଆୟୋଜନ ହେବ ବୋଲି ଫୋରମ୍‌ର ସଭାପତି ତଥା ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ଅଧିକାରୀ ଗୋକୁଳ ପଟ୍ଟନାୟକ ସୂଚନା ଦେଇଛନ୍ତି।



from ଦେଶ- ବିଦେଶ – Sambad http://bit.ly/2LSSHeP

Post a Comment

0Comments
Post a Comment (0)