ତେଲେଙ୍ଗାନା ବିଧାୟକଙ୍କ କାର୍‌ ବାଇକ୍‌ରେ ଧକ୍କା ଖାଇବାରୁ ୩ ବର୍ଷୀୟ ବାଳିକା ମୃତ

zisanmohammad
0

ହାଇଦ୍ରାବାଦ: ଶନିବାର ଦିନ ତେଲେଙ୍ଗାନାର ଜଣେ ବିଧାୟକଙ୍କ କାର୍‌ ଗୋଟାଏ ମଟରସାଇକେଲ୍‌ରେ ଧକ୍କା ଖାଇବାରୁ ଜଣେ ତିନି ବର୍ଷୀୟ ବାଳିକାର ମୃତ୍ୟୁ ଘଟିଛି ଓ ତା’ର ବାପାମାଆ ସାଙ୍ଘାତିକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ମୁଲୁଗୁ ଜିଲ୍ଲାର ଜୀଦିବଗୁରେ ଏହି ଦୁର୍ଘଟଣା ଘଟିଛି।

ବିଧାୟକ ଦନସରି ଅନସୂୟା ଓରଫ ସୀତକ୍କ ଭ୍ରମଣ କରୁଥିବା କାର୍‌ଟି ଅପର ପଟୁ ଆସୁଥିବା ଦୁଇ ଚକିଆକୁ ଧକ୍କା ଦେଇଥିଲା।

ଦୁଇ ଚକିଆ ଯାନ ଚଳାଉଥିଲେ କେ ଅରୁଣ, ପଛରେ ବସିଥିଲେ ତାଙ୍କ ପତ୍ନୀ ବିଜୟା ଓ କନ୍ୟା ଶ୍ରାବନ୍ତି।

ମୁଣ୍ଡରେ ଆଘାତ ଲାଗିବାରୁ ଶ୍ରାବନ୍ତିଙ୍କର ଦେହାନ୍ତ ହୋଇଥିଲା। ତା’ର ପିତାମାତାଙ୍କୁ ଏଟୁରନଣଗ୍ରାମରେ ଥିବା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।

ପାଖ ଗାଁ’ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଛାଡ଼ିବାକୁ ସେ ଦମ୍ପତି ତାଙ୍କ ଝିଅକୁ ନେଇ ଯାଉଥିଲେ।



from ଦେଶ- ବିଦେଶ – Sambad http://bit.ly/2WcxaBA

Post a Comment

0Comments
Post a Comment (0)